ପୁରୀ: ବାହୁଡା ଯାତ୍ରାରେ 12 କୋରୋନା ପଜିଟିଭ ଚିହ୍ନଟ । 12 ଜଣ ସଂକ୍ରମିତଙ୍କ ମଧ୍ୟରେ ସେବାୟତ, ପୋଲିସ କର୍ମଚାରୀ ଓ ସାମ୍ବାଦିକ ରହିଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଏବେ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
![ବାହୁଡା ଯାତ୍ରାରେ 12 କୋରୋନା ପଜିଟିଭ ଚିହ୍ନଟ](https://etvbharatimages.akamaized.net/etvbharat/prod-images/od-pur-11-puri-covidtest-avo-7205521_01072020092754_0107f_1593575874_365.jpg)
ବାହୁଡା ଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେବାୟତ, ପୋଲିସ କର୍ମଚାରୀ ଓ ସାମ୍ବାଦିକଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ମୋଟ 5569 ନମୁନା ସଂଗ୍ରହ କରାଯାଇଥିଲା । ସେଥିରୁ 12ଜଣ କୋରୋନା ସଂକ୍ରମିତ ହୋଇଛନ୍ତି ।
ସେପଟେ, କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ । ଏହାସହ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ନେଇ ବ୍ୟବସ୍ଥା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ଗାଇଡ଼ ଲାଇନ ଅନୁଯାୟୀ କୋଭିଡ ଟେଷ୍ଟ ନେଗେଟିଭ ବ୍ୟକ୍ତିମାନେ ବାହୁଡା ଯାତ୍ରାରେ ସାମିଲ ହୋଇପାରିବେ। ପୁରୀ ଜିଲା ପ୍ରଶାସନ ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ଦିଆଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ