ETV Bharat / city

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ - electric sock

୧୧୦୦୦ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ। ମୃତକ ଜଣକଙ୍କ ହରିଚନ୍ଦନପୁର ଗ୍ରାମ ପଞ୍ଚାୟତ ହରିଡାଗୋଠ ଗ୍ରାମର ସଦାଇ ମାଝୀଙ୍କ ପୁଅ ରାମ ମାଝୀ(୨୦) ବୋଲି ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Apr 4, 2019, 2:59 PM IST

କେନ୍ଦୁଝର: ୧୧୦୦୦ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ। ମୃତକ ଜଣକଙ୍କ ହରିଚନ୍ଦନପୁର ଗ୍ରାମ ପଞ୍ଚାୟତ ହରିଡାଗୋଠ ଗ୍ରାମର ସଦାଇ ମାଝୀଙ୍କ ପୁଅ ରାମ ମାଝୀ(୨୦) ବୋଲି ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସେ ହରିଚନ୍ଦନପୁର ନିକଟସ୍ଥ ରେଲୱ ବାଇପାସ୍ ଛକରେ ନୂତନ ନିର୍ମାଣ ହେଉଥିବା ଦୋକାନରେ ଶ୍ରମିକ ଭାବେ କାମ କରୁଥିଲେ। ନିର୍ମାଣ ସମୟରେ ଭାଡା ବାନ୍ଧିବା ନିମନ୍ତେ ଲୁହା ପାଇପ୍ ଆଣୁଥିବା ବେଳେ ନିକଟରେ ଯାଇଥିବା ୧୧୦୦୦ କେଭି ବିଦ୍ୟୁତ ତାର ସହ ପାଇପ୍ ବାଜି ତାଙ୍କୁ କରେଣ୍ଟ ମାରିଥିଲା।

ଫଳରେ ଯୁବକ ଜଣକ ଘଟଣାସ୍ଥଳରେ ଗୁରୁତର ହୋଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ ଡାକ୍ତର ।
ଖବର ପାଇ ସ୍ଥାନୀୟ ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.