ETV Bharat / city

ଖାଉଟି ସାମଗ୍ରୀର ଦରଦାମ ବୃଦ୍ଧି ନେଇ କେନ୍ଦୁଝରରେ ବିକ୍ଷୋଭ - consumer goods price hike

ଦିନକୁ ଦିନ ବୃଦ୍ଧି ପାଉଛି ଖାଉଟି ସାମଗ୍ରୀ ଦରଦାମ । ଏହି ଦର ବୃଦ୍ଧି ପ୍ରତିବାଦରେ କେନ୍ଦୁଝରରେ ବିକ୍ଷୋଭ କରିଛି କମ୍ୟୁନିଷ୍ଟ ପାର୍ଟି । ଅଧିକ ପଢନ୍ତୁ...

ଖାଉଟି ସାମଗ୍ରୀର ଦରଦାମ ବୃଦ୍ଧି ନେଇ କେନ୍ଦୁଝରରେ ବିକ୍ଷୋଭ

author img

By

Published : Nov 4, 2021, 7:26 AM IST

କେନ୍ଦୁଝର: ଦିନକୁ ଦିନ ହୁ ହୁ ହୋଇ ବଢି ଚାଲୁଛି ଖାଉଟି ସାମଗ୍ରୀ ଦରଦାମ । ପନିପରିବା ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଯାଏଁ ସବୁଠି ମହଙ୍ଗା ମାଡ । ସେପଟେ ବିଗତ କିଛି ଦିନ ହେଲା ତୈଳ ଦରରେ ଲଗାଣ ବୃଦ୍ଧି ଦେଶରେ ସବୁ ରେକର୍ଡ ବ୍ରେକ କରିଥିଲା । ଯାହାକୁ ବିରୋଧ କରି ବିଭିନ୍ନ ରାଜନୈତିକ ଦଳ ରାସ୍ତାକୁ ଓହ୍ଲାଇଥିବାବେଳେ ଏହି କ୍ରମରେ ବୁଧବାର କମ୍ୟୁନିଷ୍ଟ ଦଳ କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଖାଉଟି ସାମଗ୍ରୀର ଦରଦାମ ବୃଦ୍ଧି ନେଇ କେନ୍ଦୁଝରରେ ବିକ୍ଷୋଭ

ଖାଉଟି ସାମଗ୍ରୀ ଅହେତୁକ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ କଲବଲ କରୁଛି । ଆଗାମୀ ଦିନରେ ଯଦି ଏହିସବୁ ସାମଗ୍ରୀର ମୂଲ୍ୟ ହ୍ରାସ ନ ହୁଏ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି କମ୍ୟୁନିଷ୍ଟ ପାର୍ଟି । ନିକଟରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ରାଜ୍ୟରେ ଶାସକ ଦଳ ମଧ୍ୟ ବିକ୍ଷୋଭ କରିଥିଲା ।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନର ଲଗାଣ ବୃଦ୍ଧି ପରେ ଦେଶରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ରହିଛି । ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୀପାବଳି ଭେଟି ପୂର୍ବକ ଆଜିଠୁ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଡିଜେଲ ୧୦ ଟଙ୍କା ହ୍ରାସ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.