ETV Bharat / city

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ସର୍ବବୃହତ ଶିବପାର୍ବତୀ ମୂର୍ତ୍ତି ଦର୍ଶ‌ନ ପାଇଁ ବଢୁଛି ଗହଳି - କେନ୍ଦୁଝରର ନୂଆ ପର୍ଯ୍ୟଟନ ସ୍ଥଳୀ

ସର୍ବବୃହତ ଶିବ ପାର୍ବତୀଙ୍କ ମୂର୍ତ୍ତି କେନ୍ଦୁଝର ଜିଲ୍ଲାରେ ଉନ୍ମୋଚିତ ହୋଇଛି । ଅଧିକ ପଢନ୍ତୁ

କେନ୍ଦୁଝରରେ ରାଜ୍ୟର ସର୍ବବୃହତ ଶିବପାର୍ବତୀ ମୂର୍ତ୍ତି ଉନ୍ମୋଚିତ, ବଢୁଛି ଗହଳି

author img

By

Published : Feb 21, 2022, 4:15 PM IST

କେନ୍ଦୁଝର: ସହର ନିକଟସ୍ଥ ନରଣପୁର ପଞ୍ଚାୟତରେ ସର୍ଵବୃହତ ଅର୍ଦ୍ଧନାରୀଶ୍ବର ଶିବପାର୍ବତୀ ମୂର୍ତ୍ତି ଉନ୍ମୋଚିତ ହୋଇଛି । ଘଡଘଡି ପାହାଡ଼ରେ ଥିବା କପିଳେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ଏହି ସର୍ଵବୃହତ ମୂର୍ତ୍ତିର ପ୍ରତିଷ୍ଠା ହୋଇଛି । ଏହା ଜିଲ୍ଲାର ପରିଚୟ ହେବା ସହ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ ହେବ ବୋଲି ଆଶା ରଖିଛିନ୍ତି ସ୍ଥାନୀୟ ଜନସାଧାରଣ ।

କେନ୍ଦୁଝରରେ ରାଜ୍ୟର ସର୍ବବୃହତ ଶିବପାର୍ବତୀ ମୂର୍ତ୍ତି ଉନ୍ମୋଚିତ, ବଢୁଛି ଗହଳି

ଏହି ଅର୍ଦ୍ଧନାରୀଶ୍ବର ମୂର୍ତ୍ତିର ଉଚ୍ଚତା ପ୍ରାୟତଃ ୪୪ ଫୁଟ ହୋଇଥିବା ବେଳେ ସ୍ଥାନୀୟ ମୂର୍ତ୍ତିକାରଙ୍କ ଦ୍ବାରା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ସହର ନିକଟରେ ଥିବା ଉକ୍ତ ସ୍ବୟମ୍ଭୁ ଶିବ ମନ୍ଦିର ଜିଲ୍ଲାର ଏକ ପୁରାତନ ଶିବ ମନ୍ଦିର ଭାବେ ପରିଚିତ । ଜରାଜୀର୍ଣ୍ଣ ଉକ୍ତ ମନ୍ଦିର ପରିସର ସ୍ଥାନୀୟ ଜନସାଧାରଣ ଦ୍ବାରା ପୁନଃ ଉନ୍ନତୀକରଣ କରାଯାଉଥିବା ବେଳେ ଉକ୍ତ ମୂର୍ତ୍ତି ଏଥିରେ ସାମିଲ କରାଯାଇଛି । ଏହି ମୂର୍ତ୍ତି ସହ ମନ୍ଦିର ମଧ୍ୟରେ ବହୁ ନୂତନ ମନ୍ଦିର ଓ ପାର୍କର ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ଏହି ମୂର୍ତ୍ତି ଉନ୍ମୋଚିତ ହେବା ପରେ ଉକ୍ତ ମନ୍ଦିର ଓ ମୂର୍ତ୍ତି ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗିଛି । ଏହି ସ୍ଥାନ ଜିଲ୍ଲାର ପରିଚୟ ହେବା ସହ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ ହେବ ବୋଲି ଆଶା ରଖିଛିନ୍ତି ସ୍ଥାନୀୟ ଜନସାଧାରଣ । ପ୍ରତିବର୍ଷ ଶିବରାତ୍ରିରେ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହେଉଥିବା ବେଳେ ଚଳିତ ବର୍ଷ ଅଧିକ ସଂଖ୍ୟକ ଭକ୍ତ ସମାବେଶ ହେବେ ବୋଲି ମନ୍ଦିର କମିଟି ପକ୍ଷରୁ ଆଶା କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.