କେନ୍ଦୁଝର: ୨୦୧୭ ତେଲକାେଇ ଅଞ୍ଚଳରେ ହତ୍ୟା ଘଟଣାର ଆଜି(ମଙ୍ଗଳବାର) ଶୁଣାଣି କରିଛନ୍ତି କେନ୍ଦୁଝର ଜିଲ୍ଲା ଦୌରା ଜଜ । ଦୋଷୀକୁ ଦଶବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହ ପଚାଶ ହଜାର ଟଙ୍କା ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ରହିଛି । ଏହି ହତ୍ୟାକାଣ୍ଡର ଚଉଦ ଜଣ ସାକ୍ଷୀଙ୍କ ଶୁଣାଣି କରି ଜିଲ୍ଲା ଜଜ ଦୋଷୀ ଜଗବନ୍ଧୁକୁ ସଜା ଶୁଣାଇଛନ୍ତି ।
ସୂଚନା ଥାଉ କି ୨୦୧୭ ମସିହାରେ ତେଲକୋଇ ଅଞ୍ଚଳର ନିଜ ସ୍ତ୍ରୀକୁ ହତ୍ୟା କରିଥିଲା ଜଗବନ୍ଧୁ ମୁଣ୍ଡା । ଜଗବନ୍ଧୁର ସ୍ତ୍ରୀ ଅଙ୍ଗନବାଡି କର୍ମୀ ଥିବାବେଳେ ସେ ତାଙ୍କୁ ସ୍କୁଟି କିଣିବାକୁ ଟଙ୍କା ମାଗିଥିଲା । ସ୍କୁଟି ପାଇଁ ଟଙ୍କା ନଦେଇପାରିବାରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡର ୧୪ ଜଣ ସାକ୍ଷୀଙ୍କ ଶୁଣାଣି କରି ଜିଲ୍ଲା ଜଜ ଦୋଷୀ ଜଗବନ୍ଧୁକୁ ସଜା ଶୁଣାଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ