ETV Bharat / city

କୋରୋନା ସଚେତନତା: ଘଟଗାଁରେ 108 ନଡିଆ ବାଡେଇବା ବନ୍ଦ - Covid-19 latest news

କୋରୋନାକୁ ନେଇ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ଘଟଗାଁ ମା’ ତାରିଣୀ ମନ୍ଦିରରେ ମଧ୍ୟ କିଛି କଟକଣା କରାଯାଇଛି । ମନ୍ଦିରରେ 108 ନଡିଆ ବାଡେଇବାକୁ ବାରଣ ସହ ଦୀପଜାଳି ବାକୁ ମଧ୍ୟ ବାରଣ କରାଯାଇଛି । ଅଧିକ ପଢନ୍ତୁ...

Corona Awareness
କୋରୋନା ସଚେତନତା: ଘଟଗାଁରେ 108 ନଡିଆ ବାଡେଇବା ବନ୍ଦ
author img

By

Published : Mar 18, 2020, 9:42 AM IST

Updated : Mar 18, 2020, 9:48 AM IST

କେନ୍ଦୁଝର: ଏବେ ସାରା ବିଶ୍ବ କୋରୋନା ଭୂତାଣୁକୁ ଭୟଭୀତ ଥିବାବେଳେ ଏହାକୁ ପ୍ରତିହତ କରିବାକୁ ରାଜ୍ୟସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକେ ଯେପରି ଏକାଠି ନହେବେ ସେନେଇ ସଚେତନ କରାଯାଉଛି ।

କୋରୋନା ସଚେତନତା: ଘଟଗାଁରେ 108 ନଡିଆ ବାଡେଇବା ବନ୍ଦ

ଓଡିଶାର ଏକ ପ୍ରମୁଖ ଦେବୀପୀଠ ଭାବେ ପ୍ରସିଦ୍ଧି ଲାଭ କରିଥିବା ଘଟଗାଁର ମା ତାରିଣୀ ପୀଠ ମଧ୍ୟ ଏଥିରେ ସାମିଲ ହୋଇଛି । ମନ୍ଦିରକୁ ପ୍ରତ୍ୟେହ ଶହ ଶହ ଶ୍ରଦ୍ଧାଳୁ ଆସୁଥିବାବେଳେ ମନ୍ଦିର ପ୍ରଶାସନ ପକ୍ଷରୁ କିଛି କଟକଣା ଲାଗୁ କରାଯାଇଛି ।

ମନ୍ଦିର ପ୍ରଶାସନ ପକ୍ଷରୁ ଭିଡ କମାଇବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ଗୋଟେ ଗୋଟେ କରି ଛଡା ଯାଉଥିବାବେଳେ ସାନିଟାଇଜର ବ୍ୟବହାର ମଧ୍ୟ କଡାକଡି କରାଯାଇଛି ।

ମନ୍ଦିରରେ 108 ନଡିଆ ବାଡେଇବାକୁ ବାରଣ ସହ ଦୀପଜାଳି ବାକୁ ମଧ୍ୟ ବାରଣ କରାଯାଇଛି । ପ୍ରତି ଦୁଇ ଘଣ୍ଟାରେ ମନ୍ଦିର ପରିସରକୁ ସଫା କରାଯାଉଛି । ସେପଟେ ଆଜି ଜିଲ୍ଲା ପ୍ରଶାସନ ସମସ୍ତ ଧାର୍ମିକ ଅନୁଷ୍ଠାନକୁ ନେଇ ବୈଠକ କରିବ ବୋଲି ସୂଚନା ମିଳିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Mar 18, 2020, 9:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.