ETV Bharat / city

ଦୁର୍ଘଟଣାରେ ହରାଇ ଦେଲେ ଦୁଇ ଗୋଡ, ଆର୍ଥିକ ମେରୁଦଣ୍ଡ ହରାଇ ଅସହାୟ ପରିବାର - prasant pradhan

ଜୀବନରେ ଦୁର୍ଘଟଣା ସବୁ କିଛି ଓଲଟ ପାଲଟ କରିଦିଏ । ଜୀବନରେ ଛାଡିଯାଏ ଖାଲି ଦୁଃଖ ଆଉ ଦୁର୍ଦ୍ଦଶା । ସବୁ ସ୍ବପ୍ନକୁ ଜଳାଞ୍ଜଳି ଦେବାକୁ ପଡେ । ଆମେ ଆପଣଙ୍କୁ ଏମିତ ଜଣେ ବ୍ୟକ୍ତିଙ୍କ କଥା କହୁଛୁ ଯିଏକି ଟ୍ରେନ ଦୁର୍ଘଟଣାରେ ଦୁଇଟି ଯାକ ଗୋଡ ହରାଇ ଏବେ ଆର୍ଥିକ ବୋଝରେ ଜର୍ଜରିତ । ଅଧିକ ପଢନ୍ତୁ...

ଦୁର୍ଘଟଣାରେ ଦୁଇ ଗୋଡ ହରାଇ ସହାୟତା ଅପେକ୍ଷାରେ ପ୍ରଶାନ୍ତ

author img

By

Published : Oct 26, 2021, 3:16 PM IST

କଟକ: ଜୀବନରେ ଦୁର୍ଘଟଣା ସବୁ କିଛି ଓଲଟ ପାଲଟ କରିଦିଏ । ଜୀବନରେ ଛାଡିଯାଏ ଖାଲି ଦୁଃଖ ଆଉ ଦୁର୍ଦ୍ଦଶା । ସବୁ ସ୍ବପ୍ନକୁ ଜଳାଞ୍ଜଳି ଦେବାକୁ ପଡେ । ଆମେ ଆପଣଙ୍କୁ ଏମିତ ଜଣେ ବ୍ୟକ୍ତିଙ୍କ କଥା କହୁଛୁ ଯିଏକି ଟ୍ରେନ ଦୁର୍ଘଟଣାରେ ଦୁଇଟି ଯାକ ଗୋଡ ହରାଇ ଏବେ ଦୁର୍ଦ୍ଦଶାରେ । ଯେଉଁ ସମୟରେ ପରିବାର ପାଇଁ କିଛି କରିବା କଥା ସେ ସମୟରେ ପରିବାର ପାଇଁ ବୋଝ ହୋଇଛନ୍ତି । ସେହି ବ୍ୟକ୍ତି ଜଣକ ହେଉଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ନାଛିଗାଁର ପ୍ରଶାନ୍ତ ପ୍ରଧାନ ।

ଦୁର୍ଘଟଣାରେ ଦୁଇ ଗୋଡ ହରାଇ ସହାୟତା ଅପେକ୍ଷାରେ ପ୍ରଶାନ୍ତ

୨୦୧୩ ମସିହାରେ ପ୍ରଶାନ୍ତ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ । ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ ହରାଇଥିଲେ । ପ୍ରଶାନ୍ତ ଦେଖିଥିବା ସବୁ ସ୍ବପ୍ନ ଚୁରମାର ହୋଇଯାଇଥିଲା । ପ୍ରଶାନ୍ତଙ୍କ ପରିବାର କହିଲେ ବୁଢା ବାପା, ମା ଓ ପାଞ୍ଚ ବର୍ଷର ପୁଅ। ଗୋଡ ହରାଇବା ଦୁଃଖ କମ ନଥିଲା ଯେ ଯାହା ହାତ ଧରିଥିଲେ ସେ ବି ପର କରି ଆରପାରିରେ । ମାସେ ହେବ ପ୍ରଶାନ୍ତଙ୍କ ସ୍ତ୍ରୀଙ୍କ ମୃ୍ତ୍ୟୁ ହୋଇଛି । ଶାରୀରିକ ଅକ୍ଷମତା କାରଣରୁ ପ୍ରଶାନ୍ତ କିଛି କରିପାରୁନାହାନ୍ତି । ହ୍ବିଲ ଚେୟାର ଖଣ୍ଡକ ତାଙ୍କ ପାଇଁ ସାହା ହୋଇଛି । ପରିବାର ପାଇଁ ମୁଠେ ଖାଇବା ଯୋଗାଡ କରିବା ବି ତାଙ୍କ ପାଇଁ କଷ୍ଟକର ହୋଇଛି ।

ଯେଉଁ ବୟସରେ ବସିବା କଥା ସେ ବୟସରେ ମୁଲ ଲାଗୁଛନ୍ତି ପ୍ରଶାନ୍ତଙ୍କ ବାପା । ପୁଅର ଏ ଅବସ୍ଥା ଦେଖି ଦୁଃଖରେ ଦିନ କାଟୁଛନ୍ତି ସେମାନେ । ଏପଟେ ପ୍ରଶାନ୍ତଙ୍କ ପାଞ୍ଚବର୍ଷ ପୁଅର ଭବିଷ୍ୟତ ଚିନ୍ତା ବି ଘାରିଛି ସେମାନଙ୍କୁ । କିପରି ପାଞ୍ଚ ବର୍ଷର ପୁଅ ମଣିଷ ହେବ ଏବଂ ବୁଢ଼ା ବାପା ମା କେମିତି ଚଳିବେ ଚିନ୍ତା ପ୍ରକଟ କରିଛନ୍ତି ପ୍ରଶାନ୍ତ। ସରକାରୀ ସାହାଯ୍ୟ କହିଲେ ଶାରୀରିକ ଅକ୍ଷମ ଭତ୍ତା ଓ ରାସନ କାର୍ଡରେ ଚାଉଳ । ଯାହା ସମୁଦ୍ରକୁ ଶଙ୍ଖେ ପରି । ଏ ଭଳି ପରିସ୍ଥିତିରେ କୋହଭରା କଣ୍ଠରେ ସହାୟତା ଲୋଡିଛନ୍ତି ପ୍ରଶାନ୍ତଙ୍କ ବାପା ବଂଶୀଧର ପ୍ରଧାନ ।

ତେବେ ପ୍ରଶାନ୍ତଙ୍କୁ ସରକାରୀ ସ୍ତରରେ ହେଉ କି କେହି ସହୃଦୟ ବ୍ୟକ୍ତି ସହୟତା କଲେ ପରିବାର ମୁହଁରେ ହସ ଫୁଟିପାରନ୍ତା । ପ୍ରଶାନ୍ତ ପ୍ରଧାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ ତାଙ୍କ ମୋବାଇଲ ଓ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଅର୍ଥ ସାହାଯ୍ୟ କରିପାରିବେ । ବ୍ୟାଙ୍କ ଆକ୍ଟାଉଣ୍ଟ ନମ୍ବର ୬୧୧୫୨୫୨୪୯୧, IFSC-IDIB000K125 । ଫୋନ ନମ୍ବର-9861594911 ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.