ETV Bharat / city

ଇଅର ଫୋନ ଲଗାଇବା ହେଲା କାଳ, ଟ୍ରେନ ଧକ୍କାରେ ଯୁବକ ନିଖୋଜ

author img

By

Published : Jul 14, 2021, 9:52 PM IST

ଟ୍ରେନ ଧକ୍କାରେ ଯୁବକ ନିଖୋଜ । କାଠଯୋଡ଼ି ପୋଲ ଉପରେ ଘଟିଛି ଏହି ଦୁର୍ଘଟଣା । ରେଳଲାଇନରେ 4 ଜଣ ସାଙ୍ଗ ବସିଥିବାବେଳେ ଅଚାନକ ମାଡ଼ି ଆସିଥଇଲା ଟ୍ରେନ । ଅଧିକ ପଢନ୍ତୁ...

ଟ୍ରେନ ଲାଇନରେ ଇଅର ଫୋନ ଲଗାଇବା ହେଲା କାଳ
ଟ୍ରେନ ଲାଇନରେ ଇଅର ଫୋନ ଲଗାଇବା ହେଲା କାଳ

କଟକ: ଖାନନଗର ନିକଟ ରେଳ ଲାଇନରେ ଅଘଟଣ । ଟ୍ରେନ ଧକ୍କାରେ ଯୁବକ ନିଖୋଜ । କାଠଯୋଡ଼ି ପୋଲ ଉପରେ ଘଟିଛି ଏହି ଦୁର୍ଘଟଣା । ରେଳଲାଇନରେ 4 ଜଣ ସାଙ୍ଗ ବସିଥିବାବେଳେ ଅଚାନକ ମାଡ଼ି ଆସିଥିଲା ଟ୍ରେନ ।

ଟ୍ରେନ ଲାଇନରେ ଇଅର ଫୋନ ଲଗାଇବା ହେଲା କାଳ

3 ଜଣ ସାଙ୍ଗ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ହେଲେ ଜଣକୁ ଧକ୍କା ଦେଇଥିଲା ଟ୍ରେନ । ନିଖୋଜ ଯୁବକ ନଦୀରେ ପଡ଼ି ଯାଇଥିବା ଅନୁମାନ କରାଯାଉଛି । ଯୁବକଙ୍କୁ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିଛି ଅଗ୍ନିଶମ ବିଭାଗ ।

ନିଖୋଜ ଯୁବକ କଟକ ବିସନାବର ସୁଜିତ ମହାନ୍ତି ବୋଲି ଜଣାପଡିଛି । ଘଟଣା ସ୍ଥଳରେ ବାଦାମବାଡ଼ି ପୋଲିସ ଓ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ସୁଜିତ ଇଅରଫୋନ ଦେଇ କଥା ହେଉଥିବାବେଳେ ଟ୍ରେନ ଧକ୍କା ଦେଇଥିବା ସୁଚନା ଦେଇଛନ୍ତି ତାଙ୍କ ସାଙ୍ଗ ।
ଭୁବନେଶ୍ବରରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.