ETV Bharat / city

ଡ୍ର ଅଭିମୁଖେ WTC ଫାଇନାଲ; ନିରାଶ କ୍ରିକେଟ ପ୍ରେମୀ - ବିଶ୍ୱ ଟେଷ୍ଟ ଚମ୍ପିୟାନସିପ

ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ବର୍ଷା ସାଜିଛି ବାଧକ । ମ୍ୟାଚ ବର୍ତ୍ତମାନ ଡ୍ର ହେବା ସ୍ଥିତିରେ । ଏନେଇ କ୍ରୀଡୀପ୍ରେମୀଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଡ୍ର ଅଭିମୁଖେ WTC ଫାଇନାଲ
ଡ୍ର ଅଭିମୁଖେ WTC ଫାଇନାଲ
author img

By

Published : Jun 22, 2021, 1:56 PM IST

କଟକ: ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ବର୍ଷା ସାଜିଛି ବାଧକ। ଡ୍ର ଅଭିମୁଖେ ଗତି କରୁଛି ଏହି ନିର୍ଣ୍ଣାୟକ ଫାଇନାଲ ମୁକାବିଲା । 5 ଦିନରେ ଧରି ଚାଲିଛି ଟେଷ୍ଟ । ଆଜି ମଧ୍ୟ ବର୍ଷା ହେବାର ସମ୍ଭବନା ରହିଛି । ଏହାଛଡା ବ୍ୟାଡ ଲାଇଟର ସମସ୍ୟା ମଧ୍ୟ ରହିଛି । ତେଣୁ ଏହି ମେଗା ଫାଇନାଲରେ ଯେଉଁ ବ୍ୟାଟେଲ ଦେଖିବାକୁ ମିଳିଥାନ୍ତା ତାହା ବର୍ତ୍ତମାନ ମଉଳିବା ଦିଗରେ ।

ଡ୍ର ଅଭିମୁଖେ WTC ଫାଇନାଲ

ତେଣୁ ଆଇସିସି ଯେଉଁ ନିଷ୍ପତି ନେଇଛି ସେଥିରେ ପରିବର୍ତ୍ତନ ଆସିବା ନିହାତି ଆବଶ୍ୟକ । କାରଣ ଅନେକ ବିଶ୍ୱ ସ୍ତରୀରେ କ୍ରୀଡାର ଫାଇନାଲରେ ନିଷ୍କର୍ଷ ଆସିବା ନିୟମ ରହିଛି । ଦୁଇଟି ଦଳ ମଧ୍ୟରୁ ଜଣେ ହେଲେ ବି ବିଜୟ ଘୋଷିତ ହେବାର ମଧ୍ୟ ନିୟମ ରହିଛି। ହେଲେ WTC ଫାଇନାଲରେ ବର୍ତ୍ତମାନ ଡ୍ର ଅଭିମୁଖେ । ଯାହା ଦର୍ଶକମାନଙ୍କ ପାଇଁ ଦୁଃଖ ଆଣି ଦେଇଛି ।

ଗତ ଅଷ୍ଟ୍ରେଲିଆ ସିରିଜରେ ବ୍ରେସବାନରେ ଖେଳିଯାଇଥିବା ନିର୍ଣ୍ଣାୟକ ଟେଷ୍ଟରେ ଭାରତର ଯେଉଁ ବିଜୟ ହେଲା ତାହାକୁ ନେଇ କ୍ରିକେଟ ଫ୍ୟାନସ ବେଶ ଖୁସି ହୋଇଥିଲେ। ହେଲେ ଏହି ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଯଦି ଡ୍ର ହୁଏ ତେବେ ନିରାଶ ହେବେ କ୍ରିକେଟ । ତେଣୁ ଆଇସିସି ଏହି ଭଳି ବଡ଼ ବଡ଼ ମ୍ୟାଚ ବିଶେଷକରି ଟେଷ୍ଟ ଫାଇନାଲରେ ଫଳାଫଳ ପାଇଁ ବାଟ ରଖିବା ଦରକାର ବୋଲି କହିଛନ୍ତି କ୍ରିକେଟ ବିଶେଷଜ୍ଞ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.