ETV Bharat / city

ଭୂଗୋଳ ବହିରେ ମାଛକୁଣ୍ଡ ଆନ୍ଧ୍ରର, ସଭାପତି କହିଲେ ସଂଶୋଧନ କରାଯିବ - ମାଛକୁଣ୍ଡ ଆନ୍ଧ୍ରର

ଦଶମ ଶ୍ରେଣୀ ଭୂଗୋଳ ବହିରେ ସାଂଘାତିକ ତ୍ରୁଟି । ବହିରେ ମାଛକୁଣ୍ଡ ଆନ୍ଧ୍ରପ୍ରଦେଶର ବୋଲି ଉଲ୍ଲେଖ ରହିଛି । ଅଧିକ ପଢନ୍ତୁ

ଭୂଗୋଳ ବହିରେ ମାଛକୁଣ୍ଡ ଆନ୍ଧ୍ରର, ସଭାପତି କହିଲେ ସଂଶୋଧନ କରାଯିବ

author img

By

Published : Aug 26, 2022, 2:08 PM IST

କଟକ: ଦଶମ ଶ୍ରେଣୀ ବହିରେ ସାଂଘାତିକ ତ୍ରୁଟି(Wrong Information in 10th Class Book) । ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରକାଶିତ ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡ ପ୍ରକଳ୍ପ ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି । ୭୦ ବର୍ଷ ତଳେ ଓଡ଼ିଶାର କୋରାପୁଟରେ ନିର୍ମିତ ମାଛକୁଣ୍ଡକୁ ପଡୋଶୀ ଆନ୍ଧ୍ରର ବୋଲି ବହିରେ ଉଲ୍ଲେଖ କରାଯାଇଛି । ବହିରେ ବିଭିନ୍ନ ରାଜ୍ୟର ବିଦ୍ୟୁତ ଜଳପ୍ରକଳ୍ପ ସମ୍ପର୍କରେ ଲେଖାଯାଇଛି । ଆନ୍ଧ୍ରରେ ମାଛକୁଣ୍ଡ ରହିଥିବାର ଶୀର୍ଷରେ ଲେଖାଯାଇଛି । ଗତ ୪ ବର୍ଷ ହେଲା ଏହି ତ୍ରୁଟିପୂର୍ଣ୍ଣ ବହିକୁ ପିଲାମାନେ ପଢୁଛନ୍ତି । ଗୋଟିଏ ପଟେ ଆନ୍ଧ୍ର କୋଟିଆକୁ କବ୍‌ଜା କରିବାକୁ ଷଡଯନ୍ତ୍ର କରୁଥିବା ବେଳେ ଏପରି ସ୍ଥିତିରେ ପାଠ୍ୟପୁସ୍ତକରେ ମାଛକୁଣ୍ଡକୁ ଆନ୍ଧ୍ରର ବୋଲି ଦର୍ଶାଇବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣା ସମ୍ପର୍କରେ ବୋର୍ଡ ସଭାପତି ରମାସିସ୍ ହାଜେରା ପ୍ରତିକ୍ରିୟା ଦେଇଛନ୍ତି ।

ସେ କହିଛନ୍ତି, ''ଯେଉଁ ଅଭିଯୋଗ ଆସିଛି ତାହାର ତର୍ଜମା କରାଯିବ । ଗତକାଲି ଏ ବାବଦରେ ସୂଚନା ପାଇଛୁ । ସିଲାବସ କମିଟିକୁ ନେଇ ଏକ ବୈଠକ କରାଯିବ। ଏହି ବୈଠକରେ ତ୍ରୁଟି ସମ୍ପର୍କରେ ଆଲୋଚନା କରାଯିବ। ତ୍ରୁଟି ଥିଲେ ଏହାର ସଂଶୋଧନ କରାଯିବ ।'' ବୋର୍ଡ ସଭାପତି ଆହୁରିମଧ୍ୟ କହିଛନ୍ତି ଯେ, ''ଇଏ ନୂଆ ବହି ନୁହେଁ । ୨୦୧୮ ମସିହାରୁ ଏହି ତଥ୍ୟ ବହିରେ ରହିଛି । ଅନେକ ପିଲା ଏହାକୁ ପଢି ସାରିଛନ୍ତି । କାହାର ନଜର ମଧ୍ୟ ନଥିଲା । ଦୀର୍ଘ ଦିନ ଧରି ଭୁଲ ତଥ୍ୟ ରହିଛି । ତେବେ ଏହାର ସଂଶୋଧନ କରାଯିବ ବୋଲି ସଭାପତି କହିଛନ୍ତି ।''

ଏହାମଧ୍ୟ ପଢନ୍ତୁ: ଆବର୍ଜନାରେ ବେହାଲ ରାଜଧାନୀ, ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଯାଉନି ଅଳିଆ ଗାଡି

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଧରି ଓଡି଼ଶା ଓ ଆନ୍ଧ୍ର ମଧ୍ୟରେ କୋଟିଆ ଅଞ୍ଚଳକୁ ନେଇ ଟଣାଓଟରା ଲାଗି ରହିଛି । ବିବାଦ ଥମିବାର ନାଁ ଧରୁନାହିଁ । ଆନ୍ଧ୍ରର ବିଭିନ୍ନ ଅଧିକାରୀ ଓ ନେତା ବାରମ୍ବାର କୋଟିଆ ଅଞ୍ଚଳ ଗସ୍ତ କରୁଛନ୍ତି । କୋଟିଆ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟ କରି ଲୋକଙ୍କୁ ପ୍ରବର୍ତ୍ତାଇବାର ଖବର ମଧ୍ୟ ଆସୁଛି । ଏହି କୋଟିଆ ବିବାଦ ସମାଧାନ ନ ହେଉଣୁ ମାଛକୁଣ୍ଡ ମଧ୍ୟ ଆନ୍ଧ୍ରର ବୋଲି ପାଠ୍ୟ ବହିରେ ଉଲ୍ଲେଖ ରହିବା ନେଇ ଉଦବେଗ୍ ପ୍ରକାଶ ପାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.