କଟକ: ପୁରୀ ଶିଶୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଆନ୍ଦୋଳନ । ଆଜି କଟକ ମହିଳା ସାଂସ୍କୃତିକ ସଂଗଠନ(AIMSS) ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯଥାଶୀଘ୍ର ଦୋଷୀକୁ ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ସଂଗଠନ ।
ଅନ୍ୟପଟେ ରାଜ୍ୟରେ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ ମହିଳା । ତେବେ ପୁରୀ ଭଳି ଜାଗାରେ ଏଭଳି କାର୍ଯ୍ୟକୁ ସଂଗଠନ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ