ETV Bharat / city

ୱେବ ଚାନେଲ ସାମ୍ବାଦିକଙ୍କୁ ଚପଲରେ ମାରିଲେ ମହିଳା

author img

By

Published : Aug 22, 2022, 6:47 PM IST

Updated : Aug 22, 2022, 8:03 PM IST

ବିଚ ରାସ୍ତାରେ ୱେବ ଚାନେଲ ସାମ୍ବାଦିକଙ୍କୁ ଚପଲରେ ମାରିଲେ ମହିଳା । ଚାକିରି ଦେବାକୁ କହି ଶାରିରୀକ ସମ୍ପର୍କ ରଖିବା ପରେ ଫଟୋ ଭାଇରାଲ କରିଦେବାର ଧମକ ଦେଉଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

woman attacked on web channel reporter in cuttack
ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ଚପଲରେ ମାରିଲେ ମହିଳା

କଟକ: ଓ୍ବେବ ଚ୍ୟାନେଲ ରିପୋର୍ଟରଙ୍କୁ ଗୋଡ଼ାଇ ଗୋଡ଼ାଇ ଚପଲରେ ପିଟିଲେ ମହିଳା (woman attacked on web channel reporter in cuttack) । ବେଶ କିଛି ସମୟ ଧରି କଟକ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ପାଲଟିଲା ରଣକ୍ଷେତ୍ର । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ବ୍ୟକ୍ତି ଜଣକ ମଧ୍ୟ ମହିଳାଙ୍କୁ ପାଲଟା ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ ସମ୍ପୃକ୍ତ ସାମ୍ବାଦିକଙ୍କ ସହିତ ଆସିଥିବା ଜଣେ ମହିଳାଙ୍କ ସହ ମଧ୍ୟ ଅଭିଯୋଗାରିଣୀ ହାତାହାତି ହେବାସହ ଗାଳିଗୁଲଜ କରିଥିଲେ ।

ୱେବ ଚାନେଲ ସାମ୍ବାଦିକଙ୍କୁ ଚପଲରେ ମାରିଲେ ମହିଳା

ଅଭିଯୋଗ ମୁତାବକ, ମାଡ ମାରୁଥିବା ସମ୍ପୃକ୍ତ ମହିଳାଙ୍କ ଘର କଟକ ପୁରୀଘାଟ ଅଞ୍ଚଳରେ । ଓ୍ବେବ ଚ୍ୟାନେଲ ସାମ୍ବାଦିକ ଅକ୍ଷୟ ଦାସ ଉକ୍ତ ମହିଳାଙ୍କୁ ଏକ ଗଣମାଧ୍ୟମ ସଂସ୍ଥାରେ ଚାକିରି କରାଇ ଦେବେ କହି ତାଙ୍କ ସହ ଯୌନ ଶୋଷଣ (molestation allegation against journalist) କରିଥିଲେ । ପ୍ରାୟ ପାଞ୍ଚ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ମଧ୍ୟ ତାଙ୍କୁ ଚାକିରି ଦେବା ବଦଳରେ ଫୋଟ ଭାଇରାଲ କରିଦେବା ନେଇ ଧମକ ଦେଉଥିଲେ । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି, " ଅକ୍ଷୟ ଦାସ ମତେ ଭଉଣୀ କହି ଗଣମାଧ୍ୟମରେ କାମ କରିବାକୁ ପ୍ରଲୋଭନ ଦେଖାଇ ଗତ ୫ବର୍ଷ ହେଲା ସମ୍ପର୍କ ରଖିଥିଲେ । ସେ ଘର କରିବେ କହିବାରୁ ମୁଁ ସୁନା ବନ୍ଧକ ରଖି ତାଙ୍କୁ ଲକ୍ଷେ ଟଙ୍କା ଦେଇଥିଲି । ତେବେ ମତେ ସେ ଠକିଛନ୍ତି । ଆମର ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଓ ଫୋଟୋ ଗୁଡ଼ିକୁ ଭାଇରାଲ କରିବା ପାଇଁ ଧମକ ଦେଉଛନ୍ତି । ଏପରିକି କେତେକ ଲୋକଙ୍କୁ ଫୋଟ ଦେଖାଇଛନ୍ତି । ଏନେଇ ମହିଳା ଥାନାରେ ଏତଲା ଦେଇଥିଲି । ଦୁଇ ଜଣ ସାମ୍ବାଦିକ ଓ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ବିରୋଧରେ ଅଭିଯୋଗ କରିଛି । ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।"

ତେବେ ଦୀର୍ଘ ଦିନପରେ ଉକ୍ତ ମହିଳା ଜଣକ ସାମ୍ବାଦିକଙ୍କ ସହ ଦେଖାହେବା ପରେ ସେ ନିଜ ନିୟନ୍ତ୍ରଣ ହରାଇ ବସିଥିଲେ । ଏହାପରେ ଅକ୍ଷୟଙ୍କୁ ଗାଳିଗୁଲଜ କରିବା ସହ ଚପଲରେ ପିଟିଥିଲେ । ତେବେ ଅକ୍ଷୟ ଦାସ ମଧ୍ୟ ସଂପୃକ୍ତ ମହିଳାଙ୍କୁ ମାଡ଼ ମାରିଥିଲେ । ଏହି ସମୟ ହଠାତ୍ ଅନ୍ୟଜଣେ ମହିଳା ଘଟଣାସ୍ଥଳରେ ପହଞ୍ଚି ଅକ୍ଷୟଙ୍କ ସପକ୍ଷରେ କହିବା ସହ ସଂପୃକ୍ତ ମହିଳାଙ୍କୁ ଚପଲ ଦେଖାଇ ଗାଳିଗୁଲଜ କରିଥିଲେ । ଏହାପରେ ଦୀର୍ଘ ସମୟ ଧରି ଉଭୟ ମହିଳାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ମହିଳା ଜଣକ ଅକ୍ଷୟଙ୍କୁ ନିର୍ଦୋଷ ବୋଲି କହିଛନ୍ତି ।

ଅନ୍ୟପଟେ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅକ୍ଷୟ ଦାସ । ସେ କହିଛନ୍ତି, " ତାଙ୍କ ସହ ମୋର ପାରିବାରିକ ସମ୍ପର୍କ ରହିଛି । ମୁଁ ସବୁ ପ୍ରକାର ସାହାଯ୍ୟ କରିଛି । କିନ୍ତୁ ପୂର୍ବ ଶତୃତାକୁ ନେଇ କେତେକ ଲୋକ ତାଙ୍କୁ ଏଭଳି କାର୍ଯ୍ୟ କରାଉଛନ୍ତି ।"

ଇଟିଭି ଭାରତ, କଟକ

Last Updated : Aug 22, 2022, 8:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.