କଟକ: ସିଲଭରସିଟି ଗ୍ରୀନ ଜୋନ ହେବା ପରେ ବେଆଇନ ମଦ ଜବତ । ଗୋଟିଏ ବୋଲେରୋରେ ଲଦା ଯାଇଥିଲା 120 ପେଟି ଆଇଡି ଲିକର । ଯାହାକୁ ଜବତ କରିଛି କମିଶନରେଟ ପୋଲିସ । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ ।
![wine seized from cuttac](https://etvbharatimages.akamaized.net/etvbharat/prod-images/od-ctc-02-illigalwinesized3arrest-avo-7204966_02052020190139_0205f_1588426299_97.png)
ସେମାନେ ଶଙ୍କର ସାହୁ ଓ ସପନ ବେହେରା ବୋଲି ଜଣାପଡିଛି । ତେବେ ସୂଚନା ଅନୁସାରେ,ଏହି ମଦ ଗାଡିଟି କଟକରୁ ଜଗତସିଂହପୁର ଯିବାର ଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପକାଇଥିଲା ରେଡ଼ । ଆଉ ଗିରଫ ହୋଇଥିଲେ ଏହି ଦୁଇ ଜଣ ଦୁର୍ବୃତ୍ତ ।
![wine seized from cuttac](https://etvbharatimages.akamaized.net/etvbharat/prod-images/od-ctc-02-illigalwinesized3arrest-avo-7204966_02052020190139_0205f_1588426299_495.png)
କେବେଳ ଏତିକିରେ ସୀମିତ ହୋଇନି ଚୋରା ମଦ କାରବାର । ଚାଉଳିଆଗଞ୍ଜ ଅଞ୍ଚଳରେ ଏକାଥରେକେ 20 ରୁ ଊର୍ଦ୍ଧ୍ଵ ବିୟର ବୋତଲ ସହ ଏକ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ । ତାଙ୍କର ନାମ ସୁବ୍ରଜିତ ମଲ୍ଲିକ ବୋଲି ସ୍ପଷ୍ଟ ହୋଇଛି । ତେବେ ଏହି ଚୋରା ମଦ ବ୍ୟବସାୟୀ ମାନେ ପୋଲିସ କୁ ଆଖିଠାର ମାରି ଏଯାବତ ଜାରି ରଖିଛନ୍ତି ସେମାନଙ୍କ ବ୍ୟବସାୟ ।
![wine seized from cuttac](https://etvbharatimages.akamaized.net/etvbharat/prod-images/od-ctc-02-illigalwinesized3arrest-avo-7204966_02052020190139_0205f_1588426299_816.png)
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ