ETV Bharat / city

ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିଲା ସ୍ବାମୀ, ସ୍ତ୍ରୀର ଅଭିଯୋଗ ପରେ ନିଆଯାଇନି କାର୍ଯ୍ୟାନୁଷ୍ଠାନ

author img

By

Published : Jan 4, 2022, 8:05 PM IST

କଟକ ନୂଆପଡ଼ା ଘାଟକୁଳ ଅଞ୍ଚଳରୁ ସ୍ବାମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ । ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିବା ସ୍ତ୍ରୀ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିଲା ସ୍ବାମୀ, ସ୍ତ୍ରୀର ଅଭିଯୋଗ ପରେ ନିଆଯାଇନି କାର୍ଯ୍ୟାନୁଷ୍ଠାନ
ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରୁଥିଲା ସ୍ବାମୀ, ସ୍ତ୍ରୀର ଅଭିଯୋଗ ପରେ ନିଆଯାଇନି କାର୍ଯ୍ୟାନୁଷ୍ଠାନ

କଟକ: ସ୍ବାମୀ ସାଜିଲା ସୈତାନ। ଟଙ୍କା ଲୋଭରେ ସ୍ତ୍ରୀକୁ ଅନୈତିକ କାର୍ଯ୍ୟ କରିବା ଲାଗି କରିଛି ବାଧ୍ୟ । ଏପରିକି ହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ଜିଲ୍ଲାର ନୂଆପଡା ଘାଟକୁଳ ସନ୍ତୋଷୀ ନଗର ଅଞ୍ଚଳରେ ରହୁଥିବା ଜଣେ ମହିଳା ନିଜ ସ୍ବାମୀଙ୍କ ବିରୋଧରେ ଆଣିଛନ୍ତି ଏପରି ଅଭିଯୋଗ । କିନ୍ତୁ ଅଭିଯୋଗ ପରେ ପୋଲିସର ହାତ ଖାଲି ଥିବାରୁ ପୀଡ଼ିତା ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି ।

ପୀଡ଼ିତା ସ୍ବାମୀ କୈଳାସ ବେହେରା ଓରଫ କାଳୁଙ୍କ ବିରୁଦ୍ଧରେ ଆଣିଛନ୍ତି ଏହି ସାଙ୍ଘାତିକ ଅଭିଯୋଗ । କାଳୁ ତାଙ୍କୁ ହତ୍ୟା ଉଦ୍ୟମ କରିବା ସହିତ ପ୍ରତ୍ୟେକ ଦିନ ମାନସକି ନିର୍ଯାତନା ଦେଉଥିଲେ । ଏପରି ସ୍ଥିତିର ଜୀବନ ଜିଇଁବା ତାଙ୍କ ପାଇଁ କଷ୍ଟ ହୋଇ ପଡୁଥିଲା । ଏମିତିକି ସ୍ତ୍ରୀ ପୋଲିସରେ ଅଭିଯୋଗ ଦେବା ପରେ ମଧ୍ୟ ପୋଲିସର ହାତ ଖାଲି ଥିବା ଜଣାପଡ଼ିଛି । ଯାହାଫଳରେ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି ମହିଳା ।

୨୦୧୨ ମସିହାରେ ପୀଡ଼ିତା ଓ କାଳୁଙ୍କର ବିବାହ ହୋଇଥିବାବେଳେ ତାଙ୍କର ଦୁଇଟି ପୁଅ ଅଛନ୍ତି । ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଇ ଆସୁଥିବା ସହ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିବା ନେଇ ଅଭିଯୋଗ କରିଛନ୍ତି ପତ୍ନୀ ଭାରତୀ। ଏହାସହ କାଳୁ ସ୍ତ୍ରୀର ପରିବାର ଲୋକଙ୍କୁ ମାରିବାକୁ ଉଦ୍ୟମ କରିବା ସହ ସ୍ତ୍ରୀକୁ ଚରିତ୍ରହୀନା ସଜାଇ ଦେହଜୀବୀର ଆଖ୍ୟା ଦେଇ ସୋସିଆଲ ମିଡିଆରେ କରିଚାଲିଛି ଅପପ୍ରଚାର କରିଥିବା ସ୍ପଷ୍ଟ କରିଛନ୍ତି ସେ ।

ସ୍ଥାନୀୟ ପୋଲିସ ଷ୍ଟେସନ ଅଭିଯୋଗ କରିଥିଲେ ସୁଦ୍ଧା ଅଭିଯୋଗକାରୀ ସ୍ତ୍ରୀ ପୀଡ଼ିତାଙ୍କୁ ମିଳୁନି ନ୍ୟାୟ । ଯାହାକୁ ନେଇ ପୀଡ଼ିତା ସିଧାସଳଖ ପୋଲିସ ବିରୁଦ୍ଧରେ ଅଭିଯୋଗ କରିବା ସହ ନିଜର ସୁରକ୍ଷା ଓ ନ୍ୟାୟ ଦାବି କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.