ETV Bharat / city

ବେଲେଶ୍ବର ହତ୍ୟାକାଣ୍ଡକୁ ୨ ବର୍ଷ ପୂର୍ତ୍ତି, ରହସ୍ୟରୁ ହଟୁନି ପରଦା - ବେଲେଶ୍ବର ହତ୍ୟାକାଣ୍ଡରୁ କେବେ ହଟିବ ପରଦା

ବହୁଚର୍ଚ୍ଚିତ କଟକ ବେଲେଶ୍ବର ଡବଲ ମର୍ଡର ଘଟଣାକୁ ଦୁଇ ବର୍ଷ ପୁରିଛି । କିନ୍ତୁ ଦୁଇ ବର୍ଷ ପରେ ମଧ୍ୟ ଏହି ମାମଲାର ତଦନ୍ତ କରୁଥିବା କମିଶନରେଟ ପୋଲିସର ହାତ ଖାଲି । ନା ଧରା ପଡ଼ିଲେ ଅଭିଯୁକ୍ତ ନା ଉଠିପାରିଲା ଏହି ହତ୍ୟାକାଣ୍ଡ ଉପରୁ ପରଦା । କିଏ ଓ କାହିଁକି ବୃଦ୍ଧ ଦମ୍ପତି ଶ୍ରୀନାଥ ଓ ବିଦୁଲତା ସାମଲଙ୍କୁ ହତ୍ୟା କଲେ ତାହା ଆଜି ବି ଏକ ମିଷ୍ଟ୍ରି ହୋଇ ରହିଛି । ମୃତକଙ୍କ ପୁଅ ପୋଲିସ ଉପରେ ଆସ୍ଥା ପ୍ରକଟ କରିଥିବା କଥା କହୁଥିବା ବେଳେ ପୋଲିସ କହିଛି ତଦନ୍ତ ଜାରି ରହିଛି । ଦେଖନ୍ତୁ ଇଟିଭି ଭାରତର ଏହି ରିପୋର୍ଟ

ବେଲେଶ୍ବର ହତ୍ୟାକାଣ୍ଡକୁ ୨ ବର୍ଷ ପୂର୍ତ୍ତି, ରହସ୍ୟରୁ ହଟୁନି ପରଦା

author img

By

Published : Dec 19, 2021, 8:31 PM IST

କଟକ: 2019 ମସିହା ଡିସେମ୍ବର 12 ତାରିଖ ସନ୍ଧ୍ୟା ପ୍ରାୟ ସାଢେ 6ଟାରୁ 7ଟାରେ ଘଟିଥିଲା ହତ୍ୟାକାଣ୍ଡ । କଟକ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ବରଠାରେ ଘର କରି ଏକାକି ରହୁଥିବା ଶ୍ରୀନାଥ ସାମଲ ଓ ପତ୍ନୀ ବିଦୁଲତା ସାମଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । କେହି ଦୁର୍ବୁତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ନିରୀହ ଦମ୍ପତ୍ତିଙ୍କୁ ହତ୍ୟା କରି ଫେରାର ହୋଇଗଲା । ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଥିଲା । କିନ୍ତୁ ଏହି ଘଟଣାକୁ ୨ ବର୍ଷ ପୁରିଥିବା ବେଳେ ମୃତ୍ୟୁ ଉପରୁ ହଟିପାରିନି ପରଦା । ସେପଟେ କୋରୋନା କାଳରେ ବନ୍ଦ ହୋଇପଡ଼ିଥିଲା ଏହାର ତଦନ୍ତ ପ୍ରକ୍ରିୟା । ପୁଣି ଏହାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ମାମଲାର ଖୁଲାସା ହେବ ବୋଲି କହିଛି କମିଶନରେଟ ପୋଲିସ ।

ବେଲେଶ୍ବର ହତ୍ୟାକାଣ୍ଡକୁ ୨ ବର୍ଷ ପୂର୍ତ୍ତି, ରହସ୍ୟରୁ ହଟୁନି ପରଦା

ତେବେ ବୃଦ୍ଧ ଦମ୍ପତି ଶ୍ରୀନାଥ ଓ ବିଦୁଲତା ସାମଲଙ୍କୁ କେଉଁମାନେ ଓ କାହିଁକି ହତ୍ୟା କଲେ ? ଏବଂ ହତ୍ୟା ପରେ ହତ୍ୟାକାରୀମାନେ କେଉଁଆଡ଼େ ଗଲେ ତାହା ଆଜି ବି ଏକ ମିଷ୍ଟ୍ରି ହୋଇ ରହିଛି । ଏହି ଘଟଣାକୁ ଠିକ ଦୁଇ ବର୍ଷ ପୁରି ଯାଇଥିବା ବେଳେ ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି ଶ୍ରୀନାଥ ଓ ବିଦୁଲତାଙ୍କ ପରିବାର ଲୋକେ । ଘଟଣା ଘଟିବାର ଦୁଇ ତିନି ମାସ ପର୍ଯ୍ୟନ୍ତ ଖୋଳତାଡ଼ କରିଥିଲା ପୋଲିସ । ଏପରିକି ଦିଲ୍ଲୀରୁ କିଛି ବିଶେଷଜ୍ଞଙ୍କୁ ଡ଼କାଯାଇ ସନ୍ଦିଗ୍ଧମାନଙ୍କୁ ଜେରା ମଧ୍ୟ କରାଯାଇଥିଲା । କିନ୍ତୁ କୋରୋନା କାଳ ଆରମ୍ଭ ହୋଇଯିବା ପରେ ଏହି ମାମାଲାର ତଦନ୍ତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା ।

ଗତ ବର୍ଷ ଠାରୁ ପୋଲିସ ଏହି ଘଟଣାର ପୁଣି ଥରେ ଖୋଳତାଡ଼ ଆରମ୍ଭ କରିଛି । ପୂର୍ବରୁ ମଧୁପାଟଣା ଥାନା ଅଧିକାରୀ ଏହି ମାମଲାର ତଦନ୍ତ କରୁଥିବା ବେଳେ ପରେ ଜଣେ ACP ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା । ଏହି କ୍ରମରେ ପୋଲିସ ପ୍ରତିଟି ଦିଗକୁ ପୁଣି ଥରେ ଅନୁଧ୍ୟାନ କରିବା ସହ କିଛି ସନ୍ଦିଗ୍ଧଙ୍କୁ ଥାନାକୁ ଡାକି ପଚରା ଉଚୁରା କରିବା ସହ କଟକ ବାହାରକୁ ଯାଇ ପୋଲିସ ଟିମ ତନାଘନା ମଧ୍ୟ ଆରମ୍ଭ କରିଛି । ତେବେ ଏହି ମାମଲାରେ ଯେଉଁ ସବୁ ତଥ୍ୟ ମିଳିଥିଲା ସେଗୁଡ଼ିକୁ ପୁଣି ଥରେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି କଟକ ଡିସିପି ।

କଟକ କମିଶନରେଟ ଇତିହାସରେ ଏମିତି କିଛି ଜଘନ୍ୟ ଅପରାଧ ଘଟିଛି ଯାହା କି ଦୀର୍ଘ ବର୍ଷ ପରେ ପୋଲିସ ପାଇଁ ପ୍ରହେଳିକା ହୋଇ ରହିଛି । ସେହି ସମସ୍ତ ଚର୍ଚ୍ଚିତ ଘଟଣା ମଧ୍ୟରୁ ବେଲେଶ୍ବର ଡବଲ ମର୍ଡର ଘଟଣା ଅନ୍ୟତମ । ମିଳିଥିବା ଏକ ସୂଚନା ମୁତାବକ କିଛି ଦିନ ତଳେ ଏହି ମାମଲାରେ ପୋଲିସ ହାତରେ କିଛି ଠୋସ ପ୍ରମାଣ ଲାଗିଛି । ତେବେ ଏବେ ବାକି ରହିଲା କେବେ ମୃତ୍ୟୁ ରହସ୍ୟରୁ ହଟୁଛି ପରଦା ଓ କେବେ ସାମଲ ଦମ୍ପତିଙ୍କୁ ମିଳୁଛି ନ୍ୟାୟ ?

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.