ETV Bharat / city

ଜାଇକା ଯନ୍ତ୍ରଣାରୁ କେବେ ମୁକ୍ତି ପାଇବେ କଟକବାସୀ? - ଜାଇକା ଯନ୍ତ୍ରଣାରୁ କେବେ ମୁକ୍ତି

ସହରର ଡ୍ରେନେଜ ଓ ସ୍ବରେଜ ବ୍ୟବସ୍ଥାକୁ ନୂଆ ରୂପ ଦେବା ପାଇଁ 2013ରୁ ଆରମ୍ଭ ହୋଇଥିଲା ଜାଇକା ପ୍ରକଳ୍ପ। ବ୍ୟୟ ବରାଦ ଥିଲା 800 କୋଟି। ହେଲେ ଏବେ ଏହାର ଅଟକଳ ଆସି ପହଞ୍ଚିଲାଣି 3000 କୋଟିରେ। ବିତିଗଲାଣି 7 ବର୍ଷ। ମାତ୍ର କେବେ ସରିବ ଏହାର କାମ, କାହାରି ପାଖରେ ନାହିଁ ଉତ୍ତର। ଅଧିକ ପଢନ୍ତୁ...

when-and-what-is-the-solution-come-for-the-mega-project-jica-in-cuttack
ଜାଇକା ଯନ୍ତ୍ରଣାରୁ କେବେ ମୁକ୍ତି
author img

By

Published : Jan 19, 2020, 11:38 PM IST

କଟକ: ଯନ୍ତ୍ରଣା ଦେଉଛି ଜାଇକା। ହଜିଯାଇଛି କଟକିଆଙ୍କ ନିଦ। ଜାଇକା ନାଁ ଶୁଣିଲେ ଥରୁଛି ସିଲଭରସିଟି। 7 ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ମେଗା ପ୍ରକଳ୍ପ ନିର୍ମାଣ କାମରେ କେବେ ପୂର୍ଣ୍ଣଛେଦ ପଡିବ, ସେନେଇ ଚିନ୍ତାରେ କଟକବାସୀ।

ଜାଇକା, ଏମିତି ହୃଦବୋଧ ହେଉଛି ଏହା ଏକ ପ୍ରକଳ୍ପ ନୁହେଁ ବରଂ ସହରବାସୀଙ୍କ ଦୁଃଖ ଦୁର୍ଦ୍ଦଶା। ବାଉନ ବଜାର ତେପନ ଗଳିରେ କେବଳ ଆଉ କେବଳ ଜାଇକାର କ୍ଷତଚିହ୍ନ। ଯେଉଁଠି ଦେଖିବ ଖୋଳା ଯାଇଛି ରାସ୍ତା ଓ ଫାଟିଛି ପାଇପ୍‌। ଏହା ଯୋଗୁଁ ବିଭିନ୍ନ ସମସ୍ୟାରେ ପଡୁଛନ୍ତି କଟକିଆ। ଏହି ପ୍ରକଳ୍ପ ସିଲଭର ସିଟିର ଉନ୍ନତି ପାଇଁ ନୁହେଁ ବରଂ କଟକବାସୀଙ୍କ ପାଇଁ ଏକ ବଡ଼ ଅଭିଶାପ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।

ଜାଇକା ଯନ୍ତ୍ରଣା

ସହରର ଡ୍ରେନେଜ ଓ ସ୍ବରେଜ ବ୍ୟବସ୍ଥାକୁ ନୂଆ ରୂପ ଦେବା ପାଇଁ 2013ରୁ ଆରମ୍ଭ ହୋଇଥିଲା ଏହି ମେଗା ପ୍ରକଳ୍ପ। ବ୍ୟୟ ବରାଦ ଥିଲା 800 କୋଟି। ହେଲେ ଏବେ ଏହାର ଅଟକଳ ଆସି ପହଞ୍ଚିଲାଣି 3000 କୋଟିରେ। ବିତିଲା ଗଲାଣି 7 ବର୍ଷ । ମାତ୍ର କେବେ ସରିବ କାହାରି ପାଖରେ ନାହିଁ ଉତ୍ତର । ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଉଛନ୍ତି ପ୍ରତିଶ୍ରୃତି। ମାତ୍ର ବାସ୍ତବରେ ଏହି ପ୍ରତିଶ୍ରୃତି ପାଲଟିଛି ପ୍ରତାରଣା । ଖୋଦ ଜିଲ୍ଲାପାଳ ଭବାନୀଶଙ୍କର ଚଇନିଙ୍କ ପାଖରେ ମଧ୍ୟ ଏହାର ଉତ୍ତର ନାହିଁ ।

ଜାଇକା ଯୋଗୁଁ ସିଲଭରସିଟିରେ ଅନେକ ଘଟଣା ଓ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିସାରିଛି । ବର୍ତ୍ତମାନ ଅନୁକୂଳ ପାଗରେ ଜାଇକା ଦେଉଛି ଅସହାୟ ଯନ୍ତ୍ରଣା। ବର୍ଷା ଦିନ ଆସିଲେ କଟକର ସ୍ଥିତି ଯେ କଣ ହେବ ତାହା ଭାବିଲେ ଭୟ ଲାଗୁଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:no need

Body:no need

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.