ETV Bharat / city

କଟକରେ କୁକୁର ଆତଙ୍କ, ବନ୍ଧ୍ୟାକରଣ ଯୋଜନାରେ ଫେଲ ସିଏମସି - କୁକୁର ଆତଙ୍କରେ କଟକବାସୀ

କଟକରେ ଆତଙ୍କ ଖେଳାଇଛନ୍ତି ବୁଲା କୁକୁର । ସହରର ମୁଖ୍ୟରାସ୍ତାରୁ ସାହିର ଗଳିକନ୍ଦିରେ ମାଳମାଳ କୁକୁର ଦେଖିବାକୁ ମିଳୁଛି । ରାସ୍ତା ଦେଇ ଯାଉଥିବା ଗାଡି ଗୁଡିକୁ ମେଳି ବାନ୍ଧି ଗୋଡାଉଥିବାରୁ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି । ଅଧିକ ପଢନ୍ତୁ...

ବନ୍ଧ୍ୟାକରଣ ଯୋଜନାରେ ଫେଲ ସିଏମସି
ବନ୍ଧ୍ୟାକରଣ ଯୋଜନାରେ ଫେଲ ସିଏମସି
author img

By

Published : Oct 20, 2020, 3:48 PM IST

କଟକ: ସହରରେ ଅବାଧ ଗୋରୁ ଚଳପ୍ରଚଳ ସାଙ୍ଗକୁ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜୁଆଡେ ଦେଖିଲେ ମାଳମାଳ ବୁଲା କୁକୁର । ଯାହା ଏବେ ସହରବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସକାଳରୁ ସନ୍ଧ୍ୟା ଯାଏଁ, ବିଭିନ୍ନ ଗଳି କନ୍ଦିରେ ଏଣେତେଣେ ବୁଲୁଛନ୍ତି କୁକୁର । ଅଜଣା ଲୋକଙ୍କୁ ଦେଖିଲେ ଆକ୍ରମଣ କରୁଛନ୍ତି । ଆଉ ରାସ୍ତା ଦେଇ ଯାଉଥିବା ଯାନବାହାନକୁ ମେଳି ବାନ୍ଧି ଗୋଡାଉଥିବାରୁ ଅନେକ ଦୁର୍ଘଟଣାର ଶିକାର ହେଉଛନ୍ତି । ଫଳରେ ସନ୍ଧ୍ୟା ହେଲା ମାନେ ପାଦଚଲା ହୁଅନ୍ତୁ ଅବା ବାଇକ ଚାଳକ ସମସ୍ତଙ୍କ ମନରେ ଛନକା ପଶିଯାଏ । ସହରର ମୁଖ୍ୟ ରାସ୍ତା ଓ ସାହିରେ କୁକୁରଙ୍କ ଉପଦ୍ରବ ବଢିବାରୁ ସହରବାସୀ ଅତିଷ୍ଠ ହୋଇପଡିଲେଣି। ସେପଟେ କୁକୁରଙ୍କ ବନ୍ଧ୍ୟାକରଣ ଦିଗରେ ସିଏମସି ସମ୍ପୂର୍ଣ୍ଣ ବିଫଳ ବୋଲି କଟକବାସୀ ଅଭିଯୋଗ କରିଛନ୍ତି ।

ବନ୍ଧ୍ୟାକରଣ ଯୋଜନାରେ ଫେଲ ସିଏମସି
କୁକୁର ନିୟନ୍ତ୍ରଣ ଦିଗରେ ସିଏମସି ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ, ସବୁଠାରୁ ବଡ କଥା ହେଉଛି ସହରରେ କୁକୁର କାମୁଡା ପାଇଁ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି । ଇଞ୍ଜେକସନ ନଥିବାରୁ କୁକୁର କାମୁଡା ଭଳି ଗୁରୁତର ରୋଗର ଚିକିତ୍ସା ହୋଇପାରୁନାହିଁ । ସେପଟେ ଏନେଇ କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ନିଜର ପ୍ରତ୍ରିକ୍ରିୟା ଦେଇଛନ୍ତି । ବୁଲା କୁକୁରଙ୍କ ନିୟନ୍ତ୍ରଣ ଲାଗି ସିଏମସି ପଦକ୍ଷେପ ନେଉଛି। କୁକୁର କାମୁଡା ଇଞ୍ଜେକସନ ଅଭାବ ପ୍ରସଙ୍ଗରେ ସେ ଏସସିବି ଅଧିକ୍ଷକଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ସହରରେ କୁକୁର ନିୟନ୍ତ୍ରଣ ପାଇଁ ସିଏମସି ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ମାତ୍ର ଏହା କେବଳ କାଗଜ କଲମରେ ସୀମିତ ହୋଇ ରହିଯାଉଛି। କଥାରେ ଅଛି ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ !କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.