କଟକ: ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ସେ କୋରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଥିଲା । ବର୍ତ୍ତମାନ ସେ ଅଶ୍ବିନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କୁ 2 ଘଣ୍ଟା ମଧ୍ୟରେ ଏୟାର ଲିଫ୍ଟ କରାଯାଇ କୋଲକାତା ସ୍ଥାନାନ୍ତରିତ କରାଯିବ । କୋଲକାତାରେ ମେଡିକା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ।
ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ହାଇଦ୍ରାବାଦକୁ ଏୟାର ଆମ୍ବୁଲାନ୍ସ (Air Ambulance)ରେ ନିଆଯିବ । କୋଲକାତାର ହସ୍ପିଟାଲର ଡାକ୍ତରି ଟିମ୍ ଅଶ୍ବିନରେ ପହଁଚି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି । ଯାଞ୍ଚ ପକ୍ରିୟା ଶେଷ ପରେ ଏୟାରଲିଫ୍ଟ କରାଯିବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ