ETV Bharat / city

ଓଡିଆରେ କହିଲେ ଉପରାଷ୍ଟ୍ରପତି - ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

କଟକରେ ଅନୁଷ୍ଠିତ ସାରଳା ଦାସଙ୍କ 600ତମ ଜୟନ୍ତୀ ସମାରୋହରେ ଯୋଗ ଦେଇ ଓଡିଆ କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ...

ଓଡିଆରେ କହିଲେ ଉପରାଷ୍ଟ୍ରପତି
ଓଡିଆରେ କହିଲେ ଉପରାଷ୍ଟ୍ରପତି
author img

By

Published : Apr 2, 2021, 8:15 PM IST

Updated : Apr 2, 2021, 10:02 PM IST

କଟକ: ଓଡିଶା ମାଟିରେ ଉପରାଷ୍ଟ୍ରପତିଙ୍କ ଓଡିଆ ପ୍ରୀତି । କଟକରେ ଅନୁଷ୍ଠିତ ସାରଳା ଦାସଙ୍କ 600ତମ ଜୟନ୍ତୀ ସମାରୋହରେ ଯୋଗ ଦେଇ ଓଡିଆ କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ଓଡିଆରେ କହିଲେ ଉପରାଷ୍ଟ୍ରପତି

ଓଡିଆ ଭାଷାରୁ ନିଜ ବକ୍ତବ୍ୟ ଆରମ୍ଭ କରିଛନ୍ତି ଉପରାଷ୍ଟ୍ରପତି । ସେ କହିଛନ୍ତି, ସମାରୋହରେ ଉପସ୍ଥିତ ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର । ସାରଳା ଦାସଙ୍କ 600 ତମ ଜୟନ୍ତୀ ପାଳନ ହେଉଛି । ତେବେ ଏଠାରେ ଉପସ୍ଥିତ ରହି ଆନନ୍ଦ ଅନୁଭବ କରୁଥିବା କହିଛନ୍ତି ଉପରାଷ୍ଟ୍ରପତି । ଓଡିଶାର ଭାଷା ସୁନ୍ଦର ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ଭେଙ୍କେୟା ।

ମାତୃଭାଷା ହେଉଛି ଆମର ଆଖି ଆଉ ରାଷ୍ଟ୍ରୀୟ ଭାଷା ଚଷମା । କଟକରେ ଅନୁଷ୍ଠିତ ସାରଳା ଦାସଙ୍କ 600ତମ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇ ଏପରି ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଉପରାଷ୍ଟ୍ରପତି ସାହିତ୍ୟିକ ଲେଖକମାନେ ଆଦିକବିଙ୍କ ଲେଖନୀକୁ ଆଗେଇ ନେବା ଉଚିତ୍ ବୋଲି କହିଛନ୍ତି । ଏଥିସହ ସମସ୍ତଙ୍କୁ ମାତୃଭାଷାକୁ ପ୍ରାଥମିକତା ଦେବା ଉଚିତ ବୋଲି କହିଛନ୍ତି ଉପରାଷ୍ଟ୍ରପତି ।

ପୂର୍ବରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ କଥିତ ମାତୃଭାଷାକୁ ଜୀବନର ମୂଳତତ୍ତ୍ବ ଭାବରେ ଗ୍ରହଣ କରିବାକୁ ଉପରାଷ୍ଟ୍ରପତି ଦେଇଥିଲେ ଆହ୍ବାନ । ଦେଶର ସମୃଦ୍ଧ ସାଂସ୍କୃତିକ ବିବିଧତା ରକ୍ଷା ପାଇଁ ମାତୃଭାଷାକୁ ପ୍ରୋତ୍ସାହିତ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ବାରୋପ କରିଥିଲେ। ଆମେ ଗର୍ବିତ ଯେ ବିଭିନ୍ନ ଭାଷା ଏବଂ ସଂସ୍କୃତିର ଭାରତରେ ବିବିଧତା ମଧ୍ୟରେ ଏକତାକୁ ଦର୍ଶାଉଛି। ସମାଜରେ ଶାନ୍ତି, ସୌହାର୍ଦ୍ୟ ସକ୍ଷମତା ନିଜ ଭାଷାରେ ଦୃଢ ମୂଳଦୁଆ ବିନା ଏହା ହାସଲ ହୋଇପାରିବ ନାହିଁ। ମାତୃଭାଷା ହେଉଛି ଜୀବନର ପ୍ରାଣ ବୋଲି କହିଥିଲେ ଉପରାଷ୍ଟ୍ରପତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 2, 2021, 10:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.