ETV Bharat / city

ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା: ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ - ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ

ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇ ଅନୁଭବ ନିଜ ପକ୍ଷ ରଖିଛନ୍ତି । ଏହା ସହ ଏହି ମାମଲାରେ ଅନୁଭଵଙ୍କ ସାକ୍ଷ୍ୟ ମଧ୍ୟ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ

ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ
ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ
author img

By

Published : Apr 16, 2022, 7:55 PM IST

କଟକ: ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇ ଅନୁଭବ ନିଜ ପକ୍ଷ ରଖିଛନ୍ତି। ଏହା ସହ ଏହି ମାମଲାରେ ଅନୁଭଵଙ୍କ ସାକ୍ଷ୍ୟ ମଧ୍ୟ ଗ୍ରହଣ କରାଯାଇଛି । ମାମଲାର ତ୍ବରିତ ବିଚାର ପାଇଁ ଆଜି ଅନୁଭବଙ୍କ ପକ୍ଷରୁ ଏକ ନୂତନ ପିଟିସନ ଦାଖଲ କରାଯାଇଛି। ବିବାହ ବିଚ୍ଛେଦ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଅନୁଭବ । ତେବେ ଏହି ମାମଲାର ବିଚାର କଟକ ଫ୍ୟାମିଲି କୋର୍ଟରେ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଯୋଗ୍ୟ ଯେ ଛାଡପତ୍ର ପାଇଁ ଅନୁଭବ ଦାଏର କରିଥିବା ଆବେଦନ ସହିତ ଦାମ୍ପତ୍ୟ ସଂପର୍କ ସୁରକ୍ଷା ଲାଗି ବର୍ଷା ରୁଜୁ କରିଥିବା ଆବେଦନର ଫ୍ୟାମିଲି କୋର୍ଟରେ ଏକାଠି ଶୁଣାଣି ହେଉଛି । ଏହା ପୂର୍ବରୁ ଅନୁଭବ ଦିଲ୍ଲୀର ପଟିଆଲା ହାଉସ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଗତ ବର୍ଷ ଜୁଲାଇ ମାସରେ ପିଟିସନ ଦାଏର କରିଥିଲେ । ଏହି ଛାଡପତ୍ର ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମ‌େକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି କରି ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.