ETV Bharat / city

ଆସନ୍ତାକାଲିଠୁ କଟକ ଇଣ୍ଡୋର ଷ୍ଟାଡିୟମରେ ମେଗା ଭ୍ୟାକ୍ସିନେସନ - ଇଣ୍ଡୋର ଷ୍ଟାଡିଅମରେ ମେଗା ଭ୍ୟାକ୍ସିନେସନ

ସୋମବାରଠାରୁ କଟକର ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହେବ ମେଗା ଭ୍ୟାକ୍ସିନେସନ ପ୍ରକ୍ରିୟା । ଅଧିକ ପଢନ୍ତୁ...

ଆସନ୍ତାକାଲିଠୁ ଇଣ୍ଡୋର ଷ୍ଟାଡିଅମରେ ମେଗା ଭ୍ୟାକ୍ସିନେସନ

author img

By

Published : May 9, 2021, 2:48 PM IST

କଟକ: ଜିଲ୍ଲାର କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆସନ୍ତାକାଲି(ସୋମବାର)ଠାରୁ ମେଗା ଟୀକାକରଣ ଆରମ୍ଭ ହେବ । ଏହି ଟୀକାକରଣ ପ୍ରକ୍ରିୟାରେ 45 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯିବ । ତେବେ ଏହି ଷ୍ଟାଡିୟମକୁ ଟୀକାକରଣ ଲାଗି ମହାନଗର ନିଗମ ଚିହ୍ନଟ କରିଛି ।

ଆସନ୍ତାକାଲିଠୁ ଇଣ୍ଡୋର ଷ୍ଟାଡିଅମରେ ମେଗା ଭ୍ୟାକ୍ସିନେସନ

ସକାଳ 8ଟାରୁ ଟୀକାକରଣ ଲାଗି ହେବ ପଞ୍ଜୀକରଣ। ରେଜିଷ୍ଟ୍ରେସନ ପରେ ଟିକା ନେବାର ସୁଯୋଗ ପାଇବେ ଜିଲ୍ଲାବାସୀ । ଷ୍ଟାଡିୟମରେ 10ଟି ଟୀକା କେନ୍ଦ୍ର ରହିବ । ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ କୋଭିଡର ସମସ୍ତ ନିୟମ ମାନି ଟୀକାକରଣ ପ୍ରକ୍ରିୟାକୁ ଭଲ ଭାବେ ଶେଷ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଛି । 800 ରୁ 1000 ଲୋକେ ଏହ ଟୀକାକରଣର ଫାଇଦା ଉଠାଇ ପାରିବେ ବୋଲି ଜଣାପଡିଛି । ଏହି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପ୍ରଥମ ଡୋଜର ପ୍ରାୟ 42 ଦିନ ପରେ ଦ୍ବିତୀୟ ଜୋଡ ଟିକା ଦିଆଯାଉଥିବା ସିଏମସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.