ETV Bharat / city

ଟିକା ନେଲେ ଡିଜିପି ଓ କମିଶନର, ସମସ୍ତଙ୍କୁ ଟିକା ନେବାକୁ କଲେ ଆହ୍ବାନ

author img

By

Published : Feb 6, 2021, 10:20 AM IST

Updated : Feb 6, 2021, 11:47 AM IST

ଟିକା ନେଲେ ଡିଜିପି ଅଭୟ
ଟିକା ନେଲେ ଡିଜିପି ଅଭୟ

10:18 February 06

ଟିକା ନେଲେ ଡିଜିପି ଅଭୟ, ସମସ୍ତଙ୍କୁ ଟିକା ନେବାକୁ କଲେ ଆହ୍ବାନ

କଟକ: ଟିକା ନେଲେ ପୋଲିସ ଡିଜି । ଏହାସହ ଅନେକ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ମଧ୍ୟ ନେଇଛନ୍ତି ଟିକା । ଏହି ଟିକା ସମସ୍ତେ ନେବା ଆବଶ୍ୟକ ବୋଲି କହିଛନ୍ତି ଡିଜି । ଏହାସହ ସେ ରାଜ୍ୟ ସରକାରଙ୍କୁ ମଧ୍ୟ ଜଣାଇଛନ୍ତି ।  

କୋଭିଡ ଡ୍ୟୁଟି ସମୟରେ ଅନେକ ଯୋଦ୍ଧାଙ୍କୁ ହରାଇଛି ରାଜ୍ୟ ପୋଲିସ । ତେବେ ବର୍ତ୍ତମାନ ସମୟଠାରୁ ପୋଲିସ ଆହୁରି ମଜବୁତ୍ ହେବ। ଏହାସହ ଯେବେବି ସମୟ ମିଳିବ ଟିକା ନିଅନ୍ତୁ ବୋଲି ଡିଜି ଅଭୟ କହିଛନ୍ତି । ଏହି ଟିକା ସୁରକ୍ଷିତ, ସମସ୍ତ ପରୀକ୍ଷା ପରେ ଏହି ଟିକା ଭାରତ ସରକାର ଦେଉଛନ୍ତି ।  

ଅନ୍ୟପକ୍ଷେ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ କରାଯିବ । ପ୍ରଥମ ଦିନରେ 200 ଜଣଙ୍କୁ ଟିକା ଦିଆଯିବ । ସୋମବାରଠାରୁ ପ୍ରତିଦିନ 1000 ଜଣ ପୋଲିସ କର୍ମଚାରୀଙ୍କୁ ଟିକା ଦିଆଯିବ । ଏଥିପାଇଁ କଟକରେ 5ଟି ଓ ଭୁବନେଶ୍ବରରେ 3ଟି କେନ୍ଦ୍ର କରାଯାଇଛି । ମୋଟ୍ 16000 କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ପୋଲିସ କମିଶନର୍ ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।  

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ 

Last Updated : Feb 6, 2021, 11:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.