କଟକ: କମିଶନରେଟ ପୋଲିସରେ କାର୍ଯ୍ୟରତ ମହିଳା ଓ ଶିଶୁ ହେଲପଡେସ୍କର କର୍ମଚାରୀଙ୍କୁ ମିଳିଲା ଦୁଇ ଚକିଆ ଯାନ। ସହରର ସମସ୍ତ ଥାନାକୁ ଗୋଟିଏ ଲେଖାଏଁ ଦୁଇ ଚକିଆ ଯାନ ଯୋଗାଇ ଦିଆଯାଇଛି। ନିର୍ଭୟା ଫଣ୍ଡ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଇଛି।
କେବଳ ମହିଳା ଓ ଶିଶୁଙ୍କ ସେବା ଦେବା ପାଇଁ ଏହା ବ୍ୟବହାର କରାଯିବ ବୋଲି କଟକ ଡିସିପି କହିଛନ୍ତି। ବିଶେଷକରି ଶିଶୁଙ୍କୁ ଉଦ୍ଧାର କରିବା ଓ ମହିଳାଙ୍କୁ ସୁରକ୍ଷା ଦେବାରେ ଏହା ବେଶ ସୁବିଧା ଦାୟକ ହେବ ବୋଲି ଡିସିପି କହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୮ ଟି ଦୁଇ ଚକିଆ ଯାନ ପ୍ରଦାନ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ