ETV Bharat / city

ବାଘ ମୃତ୍ୟୁ ଘଟଣାରେ 2 କର୍ମଚାରୀ ନିଲମ୍ବିତ - କଲରାପତରିଆ ବାଘ ମୃତ୍ୟୁ

ହରିଡାପଶି ସଂରକ୍ଷିତ ଜଙ୍ଗଲର କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଫରେଷ୍ଟର ସୁଚରିତା ସାମନ୍ତରାୟ ଓ ଫରେଷ୍ଟ ଗାର୍ଡ ଚନ୍ଦନ ସାହୁଙ୍କୁ ଚାକିରୀରୁ ନିଲମ୍ବିତ କରିଛି ବନବିଭାଗ । ତେବେ ବାଘ ମୃତ୍ୟୁର କାରଣ ଖୋଜିବା ପରିବର୍ତ୍ତେ ବନବିଭାଗ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 21, 2019, 6:33 AM IST

କଟକ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ହରିଡାପଶି ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ଫରେଷ୍ଟର ସୁଚରିତା ସାମନ୍ତରାୟ ଓ ଫରେଷ୍ଟ ଗାର୍ଡ ଚନ୍ଦନ ସାହୁଙ୍କୁ ଚାକିରୀରୁ ନିଲମ୍ବିତ କରିଛି ବନବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାନୁଯାୟୀ, ଗତ ୧୬ ତାରିଖରେ ବିରଳ ପ୍ରଜାତିର କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା । ଯାହାକୁ ଗଣମାଧ୍ୟମ ଠାରୁ ଲୁଚେଇବାକୁ ଯାଇ ବନବିଭାଗ ବାଘର ଫଟୋ କି ଭିଡିଓ ଉଠାଇବାକୁ ଗଣମାଧ୍ୟମକୁ ଦେଇ ନଥିବା ବେଳେ ଲୁଚାଇ ବାଘଟିକୁ ପୋଡି ଦେଇଥିଲେ । ତେବେ ଖବର ଟି ଗଣମାଧ୍ୟମରେ ପ୍ରସାରଣ ପରେ ବନବିଭାଗ ଶୁକ୍ରବାର ଦୁଇଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି ।

ତେବେ ବାଘ ମୃତ୍ୟୁର କାରଣ ଖୋଜିବା ପରିବର୍ତ୍ତେ ବନବିଭାଗ ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରି କଣ ପ୍ରତିପାଦିତ କରିବାକୁ ଚାହୁଁଛନ୍ତି । ବନଖଣ୍ଡ ଅଧିକାରୀ ନିଜ ଉପରୁ ଦୋଷ ଖସାଇବାକୁ ଯାଇ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ଚର୍ଚ୍ଚା ହେଉଛି । ମାରମାର ଭଣ୍ଡାରିଆକୁ ମାର ନୀତି ଆପଣାଇଛନ୍ତି ବନଖଣ୍ଡ ଅଧିକାରୀ । ବାଘ ଶିକାରୀ ଏବେ ଖୋଲା ଆକାଶ ତଳେ ବୁଲୁଥିବା ବେଳେ ବନବିଭାଗର ଏଭଳି ନିଲମ୍ବନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:
ଆଠଗଡ ବନଖଣ୍ଡ ଅନ୍ତର୍ଗତ ହରିଡାପଶି ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ମୃତ୍ୟୁ ଘଟଣା ରେ ଫରେଷ୍ଟର ସୁଚରିତା ସାମନ୍ତରାୟ ଓ ଫରେଷ୍ଟ ଗାର୍ଡ ଚନ୍ଦନ ସାହୁଙ୍କୁ ଚାକିରୀ ରୁ ନିଲମ୍ବିତ କରିଛି ବନବିଭାଗ।ଗତ ୧୬ ତାରିଖରେ ବିରଳ ପ୍ରଜାତିର କଲରାପତରିଆ ବାଘର ମୃତ୍ଯ ଘଟିଥିଲା ଯାହାକୁ ଗଣମାଧ୍ୟମ ଠାରୁ ଲୁଚେଇବାକୁ ଯାଇ ବନବିଭାଗ ବାଘର ଫଟୋକି ଭିଡିଓ ଉଠାଇବାକୁ ଗଣମାଧ୍ୟମ କୁ ଦେଇନଥିବା ବେଳେ ଲୁଚାଇ ବାଘଟିକୁ ପୋଡି ଦେଇଥିଲେ।ତେବେ ଖବର ଟି ଗଣମାଧ୍ୟମରେ ପ୍ରଶାରଣ ପରେ ବନବିଭାଗ ଆଜି ଦୁଇଜଣ ବନ କର୍ମଚାରୀ ଙ୍କୁ ନିଲମ୍ବିତ କରିଛି।ତେବେ ବାଘ ମୃତ୍ୟୁ ର କାରଣ ଖୋଜିବା ପରିବର୍ତେ ବନବିଭାଗ ଦୁଇ କର୍ମଚାରୀ ଙ୍କୁ ନିଲମ୍ବିତ କରି କଣ ପ୍ରତିପାଦିତ କରିବାକୁ ଚାହୁଁଛନ୍ତି।ବନଖଣ୍ଡ ଅଧିକାରୀ ନିଜ ଉପରୁ ଦୋଷ ଖସାଇବାକୁ ଯାଇ ତଳିଆ କର୍ମଚାରୀ ଙ୍କୁ ନିଲମ୍ବିତ କରିଥିବା ଚର୍ଚ୍ଚା ହେଉଛି।ମାରମାର ଭଣ୍ଡାରିଆକୁ ମାର ନୀତି ଆପଣାଇଛନ୍ତି ବନଖଣ୍ଡ ଅଧିକାରୀ।ବାଘ ଶିକାରୀ ଏବେ ଖୋଲା ଆକାଶ ତଳେ ବୁଲୁଥିବା ବେଳେ ବନବିଭାଗ ର ଏଭଳି ନିଲମ୍ବନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବନଖଣ୍ଡ ଅଧିକାରିଣୀ ସସ୍ମିତା ଲେଙ୍କା ନିଜର ଅପାରଗତା କୁ ଲୁଚାଇବାକୁ ଯାଇ ତଳିଆ କର୍ମଚାରୀ ଙ୍କୁ ନିଲମ୍ବନ କରିଦେଇ ବାଘ ମୃତ୍ୟୁ ରୁ ଖସି ଯିବାକୁ ଚେଷ୍ଟା କରୁ ନାହାନ୍ତି ତ ?Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.