ETV Bharat / city

ତୁଷାରକାନ୍ତ ମୃତ୍ୟୁ ଘଟଣା: ଖିଅ ପାଇଲା ପୋଲିସ ! ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପରିବାରର ଦାବି - cuttack latest news

ବହୁ ଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ତ୍ରିକୋଣୀୟ ପ୍ରେମକୁ ନେଇ ତୁଷାରକାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ପୋଲିସ । ଏହି ମାମଲାରେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ଅଧିକ ପଢନ୍ତୁ...

tushar death misty open by police in cuttack
ବହୁ ଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା ପର୍ଦ୍ଦାଫାସ
author img

By

Published : Sep 28, 2021, 9:03 PM IST

କଟକ: ବହୁ ଚର୍ଚ୍ଚିତ ଖ୍ରୀଷ୍ଟ କଲେଜ ତୁଷାରକାନ୍ତ ମୃତ୍ୟୁ ଘଟଣା । ଆକ୍ସନ ମୋଡକୁ ଆସିଛି କମିସନରେଟ ପୋଲିସ । ତୁଷାରଙ୍କୁ ମାନସିକ ସ୍ତରରେ ନିର୍ଯାତନା ଦିଆଯାଉଥିବା ପ୍ରମାଣ ମିଳିବା ପରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମାତ୍ର ମୁଖ୍ୟ ଅଭିଯୁକ୍ତ ଗାର୍ଲଫ୍ରେଣ୍ଡ୍ ଓ ତାଙ୍କ ବଡ଼ ଭଉଣୀ ଯେଉଁ ପର୍ଯ୍ୟନ୍ତ ଗିରଫ ହୋଇନାହାନ୍ତି ତୁଷାରକୁ ନ୍ୟାୟ ମିଳିବ ନାହିଁ ବୋଲି କହିଛନ୍ତି ମୃତ ତୁଷାରଙ୍କ ପରିବାର । ତେବେ ଏହି ଘଟଣାରେ ଆହୁରି ତଦନ୍ତ ବାକି ରହିଥିବା ନେଇ ସ୍ପଷ୍ଟ କରିଛି କମିଶନରେଟ ପୋଲିସ ।

ବହୁ ଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା ପର୍ଦ୍ଦାଫାସ

ମହଙ୍ଗା ପଡିଲା ଟିନ୍ ଏଜ ଲଭ। ତ୍ରି-କୋଣୀୟ ପ୍ରେମକୁ ନେଇ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତ୍ୟୁ ହୋଇଥିବା ନେଇ ଏକପ୍ରକାର ହୋଇଛି ସ୍ପଷ୍ଟ । ଆଉ ଦୀର୍ଘ ପ୍ରାୟ 2 ମାସ କାଳ ତଦନ୍ତ କରିବା ପରେ ତୁଷାରଙ୍କ ମୃତ୍ୟୁ ଅଭିଯୋଗ ଉପରୁ ପରଦା ଉଠାଇଛି କମିଶନରେଟ ପୋଲିସ । ଏହି ମାମଲାରେ ଦୁଇ ଅଭିଯୁକ୍ତ ଜୁବୁ ଓରଫ୍ ଦିବ୍ୟରଞ୍ଜନ ବେହେରା ଏବଂ କୌଶଳ ପ୍ରଧାନକୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ତେବେ ଗିରଫ ଅଭିଯୁକ୍ତ ଦୁଇ ଜଣ ତୁଷାରଙ୍କୁ ମାନସିକ ସ୍ତରରେ ମାତ୍ରାଧିକ ଚାପ ପକାଇବା ଓ ଘଟଣା ଦିନ ତୁଷାରଙ୍କୁ ମାଡ଼ ମାରିବା ଥାନରେ ତୁଷାର ନାଁ ରେ ମାମାଲ କରିବାକୁ ଧମକ ଦେବା ଯୋଗୁଁ ଶେଷରେ ସେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲା ବୋଲି ପୋଲିସ ତଦନ୍ତରେ ସ୍ପଷ୍ଟ କରିଛି । ଏପଟେ ଘଟଣାରେ ଯାହାର ବି ସମ୍ପୃକ୍ତି ଆସିବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି କହିଛନ୍ତି ।

tushar death misty open by police in cuttack
ବହୁ ଚର୍ଚ୍ଚିତ କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା ପର୍ଦ୍ଦାଫାସ

ଅନ୍ୟପଟେ ତୁଷାରଙ୍କ ବାପା କହିଛନ୍ତି ପୋଲିସ ଠାରୁ ନ୍ୟାୟ ମିଳିବ ବୋଲି ଆମେ ଆଶା ହରାଇ ଦେଇଥଲୁ । ଫଳରେ କୋର୍ଟର ଦ୍ବାରସ୍ଥ ହୋଇଥିଲୁ । କୋର୍ଟଙ୍କ ହସ୍ତକ୍ଷେପ ପରେ ପୋଲିସ ଦୁଇ ଜଣକୁ ଗିରଫ କରିଛି । ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ତୁଷାରଙ୍କ ବାନ୍ଧବୀ ଓ ତାଙ୍କ ବଡ଼ ଭଉଣୀ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ସେମାନଙ୍କୁ ଏଯାବତ ଗିରଫ କରାଯାଇନାହିଁ । ସେମାନଙ୍କ ମଧ୍ୟ ଗିରଫ କରି ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି ତୁଷାରଙ୍କ ପରିବାର ଲୋକେ । ସେପଟେ ପୋଲିସର ବିଳମ୍ବ ତଦନ୍ତ ଏବଂ ତୁଷାରଙ୍କ ପରିବାର ଲୋକେ 4 ଜଣକ ନାଁ ରେ ଥାନାରେ ଅଭିଯୋଗ ସତ୍ତ୍ବେ ପୋଲିସ ଦୁଇ ଜଣକୁ ଗିରଫ କରି ଆଉ ଦୁଇଜଣଙ୍କୁ ଗିରଫ କଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ ।

ହାଇକୋର୍ଟ ମାମଲାରେ ହସ୍ତକ୍ଷେପ ପରେ ଦୁଇ ଜଣକୁ ଗିରଫ କରାଯାଇଛି । ତେବେ ଘଟଣାରେ ସମ୍ପୃକ୍ତି ଥିବା ଆଉ ଦୁଇ ଜଣକୁ ମଧ୍ୟ ଗିରଫ କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି । ତୁଷାରଙ୍କ ବାନ୍ଧବୀ ଓ ତାଙ୍କ ବଡ଼ ଭଉଣୀ ସମ୍ପୃକ୍ତି ପୋଲିସ ଜାଣିବା ପରେ ଏବେ ଉଭୟଙ୍କୁ ଘାରିଛି ଗିରଫଦାରୀର ଭୟ । ଅନ୍ୟପଟେ ଲଭ ଧୋକା ଓ ଏହାପରେ ଆତ୍ମହତ୍ୟାର ଚିତ୍ର ଏବେ ଏହି ମାମଲାକୁ ଆହୁରି ଜଟିଳ କରୁଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.