ETV Bharat / city

GIMSARରେ ଉଦଘାଟିତ ହେଲା ଅତ୍ୟାଧୁନିକ ସିଟି ସ୍କାନ ମେସିନ

author img

By

Published : Aug 21, 2021, 7:06 AM IST

କଟକବାସୀଙ୍କୁ ମିଳିବ ହାତ ପାଆନ୍ତାରେ ଟେଷ୍ଟିଂର ସୁବିଧା । ଗୋପବନ୍ଧୁ ଆୟୁବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

GIMSARରେ ଉଦ୍ଘାଟିତ ହେଲା ଅତ୍ୟାଧୁନିକ ସିଟି ସ୍କାନ ମେସିନ

କଟକ: ଜିମସାର (ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ରିସର୍ଚ୍ଚ)ରେ ଉଦଘାଟିତ ହେଲା ଅତ୍ୟାଧୁନିକ ସିଟି ସ୍କାନ(CT SCAN) ଓ ଏମଆରଆଇ(MRI MACHINE) ବ୍ୟବସ୍ଥା । ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ପରିଚାଳିତ ଗୋପବନ୍ଧୁ ଆୟୁବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ପେଟ୍ରୋଲିୟମ ଦ୍ୱାରା 6 କୋଟି 60 ଲକ୍ଷ ଟଙ୍କାର ବ୍ୟୟରେ ଏହି ମେସିନ ଗୁଡିକୁ ପ୍ରଦାନ କରାଯାଇଛି । ଏହାଦ୍ୱାରା କଟକ ଆଠଗଡ଼, ବାଙ୍କୀ ଓ ଢେଙ୍କାନାଳ ଜିଲ୍ଲାର ଲୋକ ମାନେ ଏଥିରେ ବିଶେଷ ଭାବରେ ଉପକୃତ ହେବେ ।

ତେବେ ଆଗମୀ ଦିନରେ ଏହି ଗବେଷଣା କେନ୍ଦ୍ରକୁ ଏକ ମେଡ଼ିକାଲ କଲେଜର ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ ଓ ବହୁ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.