ETV Bharat / city

ଫାଇନ ନୁହେଁ ସୁରକ୍ଷା ଚାହୁଁ: ଟ୍ରାଫିକ ଡିସିପି - ଗାଡି ଚାଳକ ମାନଙ୍କ ମଧ୍ୟରେ ସଚେତନତା

ଗାଡି ଚାଳକଙ୍କ ମଧ୍ୟରେ ସଚେତନତା ଆଣିବାକୁ ଷ୍ଟିକର ଓ ଚାବି ରିଙ୍ଗ ବାଣ୍ଟିଛି ଟ୍ରାଫିକ ପୋଲିସ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ
author img

By

Published : Oct 22, 2019, 3:33 PM IST

କଟକ: ଗାଡି ଚାଳକଙ୍କ ମଧ୍ୟରେ ସଚେତନତା ଆଣିବାକୁ ଷ୍ଟିକର ଓ ଚାବି ରିଙ୍ଗ ବାଣ୍ଟିଛି ଟ୍ରାଫିକ ବିଭାଗ। ଲିଙ୍କ ରୋଡରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ଡିସିପି ସାଗରିକା ନାଥ ଓ କଟକ ଡିସିପି ଅଖିଳେଶ୍ବର ସିଂ ଯୋଗ ଦେଇ ଚାଳକଙ୍କୁ ସଚେତନ କରାଇଥିଲେ । ଏହି ଷ୍ଟିକର ଓ ଚାବି ରିଙ୍ଗରେ ‘ମୁଁ ବି ମାନୁଚି ଟ୍ରାଫିକ ନିୟମ, ଆପଣ ମଧ୍ୟ ମାନନ୍ତୁ’ ଲେଖାଯାଇଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ଟ୍ରାଫିକ ନିୟମ ମାନୁ ନଥିବା ଟ୍ରାଫିକ ଡିସିପି ପ୍ରକାଶ କରିଛନ୍ତି । ଯାହାକୁ ନେଇ ପ୍ରତିଦିନ କମିଶନରେଟ ପୋଲିସ ବିଭିନ୍ନ ଉପାୟରେ ଲୋକଙ୍କୁ ବୁଝାଉଛି । ନୂଆମୋଟର ଯାନ ଆଇନ ଫାଇନ ଆଦାୟ କରିବାର ପ୍ରସଙ୍ଗ ନୁହେଁ ବରଂ ଏହା ଗୋଟିଏ ଜୀବନକୁ ସୁରକ୍ଷା ପ୍ରଦାନ କରିବ ବୋଲି ଡିସିପି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହା ସହିତ ଚାଳକ ମାନଙ୍କୁ ଦିଆଯାଇଥିବା 3 ମାସ ପୂରଣ ହେବାକୁ ବସିଲାଣି । ଯେଉଁ ଗାଡି କାଗଜପତ୍ର କରିବା ପାଇଁ ଡେଡ଼ ଲାଇନ ଦିଆଯାଇଥିଲା ତାହା ପୂରି ଆସିଲାଣି । ବର୍ତ୍ତମାନ ବି ଚେକିଂ ଚାଲିଛି । ଆଉ ଆଗମୀ ଦିନରେ ମଧ୍ୟ ସମାନ ଢଙ୍ଗରେ ଚେକିଂ ଚାଲିବ ବୋଲି ସେ ପ୍ରକାଶ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଟ୍ରାଫିକ ନିୟମ ଦିଗରେ ପ୍ରତିଦନ ସଚେତନତା ଅଭିଯାନ ଜାରି ରଖିଛି କମିଶନରେଟ ପୋଲିସ । ଲୋକଙ୍କୁ ସଚେତନ କରିବା ସହ ଚକେଲେଟ ଫୁଲ ଥ୍ୟାଙ୍କ ୟୁ କାର୍ଡ ବାଣ୍ଟୁଛି ପୋଲିସ ବିଭାଗ । ତେବେ ଆଜି କଟକ ଲିଙ୍କ ରୋଡ଼ ଠାରେ ଏକ ଅଭିନବ ଢଙ୍ଗରେ ଲୋକଙ୍କୁ ସଚେତନ କରିଛ ପୋଲିସ ।

ଗାଡି ଚାଳକ ମାନକୁ ଏକ ଷ୍ଟିକର ଓ ଚାବି ରିଙ୍ଗ ଦେଉ ଲୋକଙ୍କ ମଧ୍ୟରେ ସଚେତନତା ଭାଵ ଜାଗ୍ରତ କରିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ଓ କଟକ ଡିସିପି ଅଖିଳେସ୍ୱର ସିଂ । ଏହି ଷ୍ଟିକର ଓ ଚାବି ରିଙ୍ଗ ରେ ଲେଖା ଅଛି ଯେ ମୁଁ ବି ମାନୁଚି ଟ୍ରାଫିକ ନିୟମ, ଆପଣ ମଧ୍ୟ ମାନନ୍ତୁ ।

ତେବେ ଟ୍ରାଫିକ ଡିସିପି ଙ୍କ କହିବାନୁସାରେ , ଵର୍ତମାନ ସୁଦ୍ଧା ଅନେକ ଲୋକ ଏହି ନିୟମ କୁ ମାନୁ ନାହାନ୍ତି । ଯାହାକୁ କୁ ନେଇ ପ୍ରତିଦିନ କମିଶନରେଟ ପୋଲିସ ବିଭିନ୍ନ ମାର୍ଗ ରେ ଲୋକଙ୍କୁ ବୁଝାଉଛି । ନୂଆମୋଟର ଯାନ ଆଇନ ଫାଇନ ଆଦାୟ କରିବାର ପ୍ରସଙ୍ଗ ନୁହେଁ ବରଂ ଏହା ଗୋଟିଏ ଜୀବନ କୁ ସୁରକ୍ଷା ପ୍ରଦାନ କରିବ ।

ଏହାସହିତ 3 ମାସ ପୁରୀ ଆସିଲାଣି । ଯେଉଁ ଗାଡି କାଗଜପତ୍ର କରିବା ପାଇଁ ଡେଡ଼ ଲାଇନ ଦିଆଯାଇଥିଲା ତାହା ପୁରି ଆସିଲାଣି । ଵର୍ତମାନ ବି ଚେକିଂ ଚାଲିଛି । ଆଉ ଆଗମୀ ଦିନରେ ମଧ୍ୟ ସମାନ ଢଙ୍ଗରେ ଚେକିଂ ଚାଲିବ ।

ବାଇଟ: ସାଗରିକା ନାଥ( ଟ୍ରାଫିକ ଡିସିପି)Body:No needConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.