ETV Bharat / city

କଟକରୁ ୪ ବନ୍ଧୁକ ବେପାରୀ ଗିରଫ, ୫ ବନ୍ଧୁକ ଜବତ

author img

By

Published : Oct 20, 2021, 12:18 PM IST

Updated : Oct 20, 2021, 1:58 PM IST

କଟକ ଚଉଳିଆଗଞ୍ଜ ଅଞ୍ଚଳରୁ ୪ ବନ୍ଧୁକ ବେପାରୀ ଗିରଫ । ସେମାନଙ୍କ ନାଁରେ ବହୁ ଅପରାଧିକ ମାମଲା ରହିଥିବା ସୂଚନା । ଅଭିଯୁକ୍ତଙ୍କ ଠାରୁ ୫ଟି ବନ୍ଧୁକ ଜବତ । ଅଧିକ ପଢନ୍ତୁ...

କଟକରୁ ୩ କୁଖ୍ୟାତ ଅପରାଧୀ ଗିରଫ, ୫ ବନ୍ଧୁକ ଜବତ

କଟକ: ସିଲଭର ସିଟିରୁ ପୁଣି ଧରାପଡିଲେ ବନ୍ଧୁକ ବେପାରୀ । ଚାଉଳିଆଗଞ୍ଜ ପୋଲିସ ପଞ୍ଝାରେ ପଡିଛନ୍ତି ଏହି ବେପାରୀ । ୪ ଜଣ ବେପାରୀଙ୍କ ସହ ୫ଟି ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । ଏହି ଅଭିଯୁକ୍ତମାନେ କୁଖ୍ୟାତ ଅପରାଧୀ ହୋଇଥିବା ଜଣାପଡିଛି ।

କଟକରୁ ୪ ବନ୍ଧୁକ ବେପାରୀ ଗିରଫ, ୫ ବନ୍ଧୁକ ଜବତ

ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରିବା ଉଦ୍ଦେଶ୍ୟରେ ସେମାନେ ବନ୍ଧୁକ ଆଣିଥିଲେ । ବିଶ୍ଵସ୍ତସୂତ୍ରରୁ ଖବର ପାଇ ଏମାନଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଭିତରୁ ତିନି ଜଣ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ସୌମେନ୍ଦ୍ର ସାହୁ ଓରଫ ମାଗୁ ହେଉଛି କଟକ ଜିଲ୍ଲାର । ତା' ବିରୋଧରେ ଚାଉଳିଆଗଞ୍ଜ ଥାନାରେ ଅନେକ ଅପରାଧିକ ମାମଲା ରହିଛି ।

ଅପରାଧୀଙ୍କୁ ବନ୍ଧୁକ ଯୋଗାଇବା ଓ ନିଜର ଅପରାଧିକ କାର୍ଯ୍ୟକଳାପ ପାଇଁ ଏମାନେ ବନ୍ଧୁକ ରଖିଥିଲେ । ତେବେ ଗତ ୮ ମାସ ଭିତରେ ୫୯ ଟି ବନ୍ଧୁକ କଟକ ସହରାଞ୍ଚଳ ପୋଲିସ ଜବତ କରିଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 20, 2021, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.