ETV Bharat / city

ସାବାଡ ହେବେ ଅପରାଧୀ, ଦୁର୍ଗାପୂଜା ପୂର୍ବରୁ ଲାଗିବ ୧୦୦୦ CCTV

author img

By

Published : Aug 3, 2022, 10:06 PM IST

ଅପରାଧୀଙ୍କୁ ଚେକ୍ ଦେବା ପାଇଁ ଆଉ ପାଦେ ଆଗେଇଲା କଟକ କମିଶନରେଟ ପୋଲିସ । ଦୁର୍ଗାପୂଜା ପୂର୍ବରୁ କଟକରେ ଲାଗିବ 1000 ସିସିଟିଭି କ୍ୟାମେରା । ଅଧିକ ପଢନ୍ତୁ

କଟକ: ଦୁର୍ଗାପୂଜା ପୂର୍ବରୁ ଲାଗିବ ୧୦୦୦ CCTV
କଟକ: ଦୁର୍ଗାପୂଜା ପୂର୍ବରୁ ଲାଗିବ ୧୦୦୦ CCTV

କଟକ: ଅପରାଧ ନିୟନ୍ତ୍ରଣ ଦିଗରେ ଆଉ ପାଦେ ଆଗେଇଲା କଟକ କମିଶନରେଟ ପୋଲିସ । ସିଲଭରସିଟି ହେବ ଅପରାଧ ମୁକ୍ତ । ଛୋଟ ବଡ଼ ସମସ୍ତ ଅପରାଧିଙ୍କୁ ଟ୍ରାକ୍ କରିବା ପାଇଁ କଟକ କମିଶନରେଟ ପୋଲିସ ବିଛାଉଛି ସିସିଟିଭି ଜାଲ । ଯେପରି ଜଣେ କ୍ରାଇମ କରିବା ପରେ ପୋଲିସ ହାତରୁ ଖସି ନପାରେ ଏଥିପାଇଁ କମିଶନରେଟ ପୋଲିସ ଓ କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହେଲା ସହଭାଗିତା ଅଭିଯାନ ।

କଟକ: ଦୁର୍ଗାପୂଜା ପୂର୍ବରୁ ଲାଗିବ ୧୦୦୦ CCTV

ପୋଲିସର ତୃତୀୟ ନୟନ ଭଳି କାମ କରିବ ଏହି ସିସିଟିଭି କ୍ୟାମେରା । କଟକରେ ଆଉ ୧୦୦୦ ସିସିଟିଭି ଲଗାଇବ ପୋଲିସ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ଏହି କ୍ରମରେ କଟକର ତିନୋଟି ସ୍ଥାନ ଚାନ୍ଦିନୀଚୌକ ଓ ସତି ଚଉରା ଓ ବେଳଭ୍ୟୁ ଛକରେ 13 ଟି ସିସିଟିଭି ଲଗାଇଲା କମିଶନରେଟ ପୋଲିସ । ଏହାସହ ଆଗକୁ ଦୁର୍ଗାପୂଜା ହେବାକୁ ଥିଲା ବେଳେ ଅପରାଧିଙ୍କୁ ଚେକ ଦେବା ପାଇଁ ସହରରେ 1000 ସିସିଟିଭି ଲଗାଇବା ପାଇଁ ଯୋଜନା ରଖିଛି କମିଶନରେଟ ପୋଲିସ ।

ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, "ଦୁର୍ଗା ପୂଜା ସମୟରେ ବିଶେଷ ଭାବରେ ଅପରାଧ ବୃଦ୍ଧି ପାଇଥାଏ । ତେବେ ଏହି ଦିଗ ଉପରେ ରୋକ ଲଗାଇବା ପାଇଁ ଆଜିଠୁ ଏହି ପ୍ରୟାସ ଆରମ୍ଭ ହୋଇଛି । ପ୍ରତ୍ୟେକ ଗଳିକନ୍ଦିରେ ହେଉଥିବା ଅପରାଧିଙ୍କୁ ଧରିବାରେ ଏହା ସହାୟକ ହେବ । ଆଉ କେହି ପୋଲିସ ହାତରୁ ଖସି ପାରିବେ ନାହିଁ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.