ETV Bharat / city

ମଦ ଦୋକାନ ଉଛେଦ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲା ମହିଳା କଂଗ୍ରେସ - Collector Office

ରାଜ୍ୟ ତଥା ଜିଲ୍ଲା ମାନଙ୍କରେ ଦିନକୁ ଦିନ ମଦ୍ୟାପାନ ଯୋଗୁ କେଉଁଠି ଅକାଳରେ ଲୋକମାନଙ୍କର ଜୀବନ ଯାଉଛି ତ ଆଉ କେଉଁଠି ସ୍ବାମୀ ଓ ନିଜ ସନ୍ତାନକୁ ହରାଇ ସର୍ବସ୍ବାନ୍ତ ହେଉଛି ପରିବାର । ଅଧିକ ପଢନ୍ତୁ...

ମଦ ଦୋକାନ ଉଛେଦ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲା ମହିଳା କଂଗ୍ରେସ

author img

By

Published : Aug 16, 2021, 3:46 PM IST

କଟକ: ଜିଲ୍ଲାରେ ଦିନକୁ ଦିନ ମଦ ଦୋକାନ ବିରୋଧକୁ କେନ୍ଦ୍ରକରି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ଯାହାକୁ ନେଇ ସେପଟେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ମଦ ବିରୋଧି ଅଭିଯାନ । ଆଉ ଏନେଇ ଆଜି (ସୋମବାର) କଟକ ନଗର ମହିଳା କଂଗ୍ରେସ ପକ୍ଷରୁ ଏକ ହଜାରରୁ ଉର୍ଦ୍ଧ୍ବ ମହିଳା ବିଶାଳ ଶୋଭାଯାତ୍ରାରେ ବାହାରି ଗୌରୀଶଙ୍କର ପାର୍କ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ମଦ ଦୋକାନ ଉଛେଦ ଦାବିରେ ରାଜ ରାସ୍ତାକୁ ଓହ୍ଲାଇଲା ମହିଳା କଂଗ୍ରେସ

ଏହା ସହ ଖୁବଶୀଘ୍ର ଉକ୍ତ ଦୋକାନ ଗୁଡିକୁ ସ୍ଥାନାନ୍ତର କରିବା ପାଇଁ ଦାବି କରାଯାଇଛି । ସହରର ଅତି ସମ୍ବେଦନଶୀଳ ଜନବସତି ଅଞ୍ଚଳରୁ ଯଦି ଆଗାମୀ ସାତ ଦିନ ମଧ୍ୟରେ ମଦ ଦୋକାନ ଉଚ୍ଛେଦ କରା ନଯାଏ ତେବେ ଆଗାମୀ ଦିନରେ କଟକ ସହରର ବକ୍ସିବଜାର, ଝୋଲାସାହି, ନୂଆପାଟଣା, ରୋଭରଷ୍ଟ୍ରିଟ୍, ସତୀଚଉରା, ରାଜାବଗିଚା ଲେବର କଲୋନୀ, ନୂଆପଡା ଆଦି ଅଞ୍ଚଳରେ ମଦ ଦୋକାନ ବିରୁଦ୍ଧରେ ଜୋରଦାର ବିରୋଧ ସହ ଆଇନକୁ ହାତକୁ ନେବାକୁ ଚେତାବନୀ ଦେଇଛନ୍ତି ।

ତେବେ ଆନ୍ଦାଳନକୁ ଓହ୍ଲାଇଥିବା ଶତାଧିକ ମହିଳା ଓ କଂଗ୍ରେସ କର୍ମୀମାନେ ମଦ ଦୋକାନ ଗୁଡିକୁ ବାଡେଇ ଭାଙ୍ଗିବାକୁ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.