ETV Bharat / city

ବିଚ ରାସ୍ତାରେ ବାଇକ୍ ଚାଳକଙ୍କୁ ମାଡ଼ ମାରିଲେ ଟ୍ରାଫିକ ପୋଲିସ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ବିଚ୍ ରାସ୍ତା ଉପରେ ଟ୍ରାଫିକ କର୍ମଚାରୀଙ୍କ ଉନ୍ମତକାଣ୍ଡ । ବାଇକ ଆରୋହୀଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଲେ ଟ୍ରାଫିକ ପୋଲିସ । ଅଧିକ ପଢ଼ନ୍ତୁ

author img

By

Published : Jun 18, 2022, 8:51 PM IST

ବିଚ ରାସ୍ତାରେ ଯାତ୍ରୀଙ୍କୁ ମାଡ଼ ମାରିଲେ ଟ୍ରାଫିକ କର୍ମଚାରୀ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

କଟକ : ବିଚ୍ ରାସ୍ତା ଉପରେ ଟ୍ରାଫିକ କର୍ମଚାରୀଙ୍କ ଉନ୍ମତକାଣ୍ଡ । । ଜଣେ ବାଇକ ଆରୋହୀଙ୍କୁ ଟ୍ରାଫିକ କର୍ମଚାରୀ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାସହ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକର ବ୍ୟସ୍ତବହୁଳ ଶିଖରପୁର ବାଇପାସ୍ ଛକରେ ।

ଶିଖରପୁର ଅଞ୍ଚଳର ଦୋଳଗୋବିନ୍ଦ ନାମକ ଜଣେ ଯୁବକ ରଙ୍ଗ ଓ୍ବେ ରେ ଗାଡ଼ି ଚଳାଉଥିଲେ । ଏହାକୁ ଦେଖି ସେଠାରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ ସମ୍ପୃକ୍ତ ଯୁବକଙ୍କୁ ମାଡ଼ ମାରିଥିଲେ । ଏହାଦେଖି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ଦେଖାଦେଇଥିଲା ତୀବ୍ର ଉତ୍ତେଜନା । ଏପରିକି କାର୍ଯ୍ୟ କରୁଥିବା ସମୟରେ କର୍ତ୍ତବ୍ୟରତ ଟ୍ରାଫିକ କର୍ମଚାରୀ ମଦ ପିଇଥିବା ନେଇ ଅଭିଯୋଗ ହୋଇଛି ।

ଇଟିଭି ଭାରତ, କଟକ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.