ETV Bharat / city

କଟକ ନଗର କଂଗ୍ରେସର ନୂଆ ସଭାପତି ହେଲେ ସୁରେଶ ମହାପାତ୍ର

author img

By

Published : Aug 13, 2022, 10:41 PM IST

କଟକ ନଗର କଂଗ୍ରେସର ନୂଆ ସଭାପତି ଭାବରେ ସୁରେଶ ମହାପାତ୍ର ଦାୟିତ୍ବ ନେଇଛନ୍ତି । ପୂର୍ବରୁ ୨୦୦୦ ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିଥିଲେ । ପୁନର୍ବାର ଦାୟିତ୍ବ ନେବାପରେ ରଖିଲେ ପ୍ରତିକ୍ରିୟା । ଅଧିକ ପଢ଼ନ୍ତୁ

କଟକ ନଗର କଂଗ୍ରେସର ନୂଆ ସଭାପତି ହେଲେ ସୁରେଶ ମହାପାତ୍ର
କଟକ ନଗର କଂଗ୍ରେସର ନୂଆ ସଭାପତି ହେଲେ ସୁରେଶ ମହାପାତ୍ର

କଟକ: ନୂତନ ନଗର କଂଗ୍ରେସ ସଭାପତି ଭାବରେ ମଙ୍ଗ ଧରିଲେ ଭେଟରାନ ନେତା ସୁରେଶ ମହାପାତ୍ର । ପୂର୍ବରୁ ୨୦୦୦ ରୁ ୨୦୧୧ ମସିହା ପର୍ଯ୍ୟନ୍ତ ଦଳର ନଗର ସଭାପତି ଭାବେ ତୁଲାଇଥିଲେ ଦାୟିତ୍ବ । ୨୦୨୪ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବା ପାଇଁ ଦିଆଯିବ ଗୁରୁତ୍ୱ । ଦଳ ଛାଡ଼ୁଥିବା ନେତାଙ୍କୁ କଲେ ସମାଲୋଚନା ।

କଂଗ୍ରେସର ବରିଷ୍ଠ ନେତା ସୁରେଶ ମହାପାତ୍ର ପୁଣିଥରେ କଟକ ନଗର କଂଗ୍ରେସ ସଭାପତି ଭାବରେ ଦାୟିତ୍ବ ନେଇଛନ୍ତି । ପୁନର୍ବାର ସଭାପତି ମନୋନିତ ହେବାପରେ ସେ ପ୍ରତିକ୍ରିୟାରେ କହିଛନ୍ତି, "ଏହି ଦାୟିତ୍ବ ମୋ ପାଇଁ ନୂଆ ନୁହେଁ । ତେବେ ଦଳ ସମସ୍ୟା ଭିତରେ ଗତି କରୁଥିବା ବେଳେ ଏଭଳି ଗୁରୁ ଦାୟିତ୍ବକୁ ମୁଁ ସମସ୍ତଙ୍କୁ ସାଙ୍ଗରେ ନେଇ ପାଳନ କରିବି । କେତେବେଳେ କାହାକୁ ଏ ଦାୟିତ୍ବ ଦିଆଯିବ ତାହା ପିସିସି ସଭାପତିଙ୍କ ଉପରେ ନିର୍ଭର କରେ ।"

ସେହିଭଳି ଦଳ ଛାଡ଼ୁଥିବା ନେତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, "ଭଲ ନେତା ଦଳ ଛାଡ଼ନ୍ତିନି । ଯିଏ ଛାଡ଼ୁଛନ୍ତି, ସେମାନଙ୍କର ଦଳରେ କୌଣସି ସ୍ଥିତି ନଥିଲା । ତେଣୁ ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି ।" ତେବେ ୨୦୨୪ ନିର୍ବାଚନ ପୂର୍ବରୁ ପୁଣିଥରେ ତାଙ୍କୁ ସଭାପତି ଭାବରେ ଚୟନ କରିବା ଦଳକୁ କେତେ ଫାଇଦା ହେବ, ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.