ETV Bharat / city

ରାଜ୍ୟରେ ପ୍ରଥମ, କଟକରେ ଆରମ୍ଭ ହେଲା ସୁପର-30 - ସୁପର 30ରେ ପାଠପଢ଼ିବେ ଛାତ୍ରଛାତ୍ରୀ

ସୁପର 30ରେ ପାଠପଢ଼ିବେ ଛାତ୍ରଛାତ୍ରୀ । ପରୀକ୍ଷାରେ ଏଥର ସର୍ବୋତ୍ତମ ପ୍ରଦର୍ଶନ କରିବେ ବିଦ୍ୟାର୍ଥୀ । ଅଧିକ ପଢ଼ନ୍ତୁ

ବିଦ୍ୟାର୍ଥୀଙ୍କ ପାଇଁ ଆରମ୍ଭ ହେଲା  ସୁପର ୩୦ ମିଶନ

author img

By

Published : Aug 5, 2022, 9:19 AM IST

କଟକ: ଏଥର ଓଡ଼ିଆ ମିଡିୟମରେ ପଢୁଥିବା ବିଦ୍ୟାର୍ଥୀ, ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଏଥର ସର୍ବୋତ୍ତମ ପ୍ରଦର୍ଶନ କରିବେ । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମିଶନ ସୁପର 30 । ଗୁରୁବାର 2ଟି ସ୍କୁଲକୁ ନେଇ ଆଠଗଡ ବିଶ୍ଵନାଥ ବିଦ୍ୟାପୀଠରେ ଏହି ଅଭିନବ ଅଭିଯାନକୁ ଆରମ୍ଭ କରାଯାଇଛି । ଏହା ସମଗ୍ର ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଓ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରଭାବ ପକାଇବ ବୋଲି ଆଶା ।

ବିଦ୍ୟାର୍ଥୀଙ୍କ ପାଇଁ ଆରମ୍ଭ ହେଲା ସୁପର ୩୦ ମିଶନ

ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସୀମିତ ସଂଖ୍ୟକ ବିଦ୍ୟାର୍ଥୀମାନେ 90 ପ୍ରତିଶତ ମାର୍କ ରଖିବାରେ ସକ୍ଷମ ହେଉଛନ୍ତି । ତେବେ ଏହି ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ରାଜ୍ୟରେ ପ୍ରଥମ ଥର କରି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଠଗଡରେ ଆରମ୍ଭ ହୋଇଛି ମିଶନ ସୁପର 30 । ପ୍ରଥମ ପର୍ଯ୍ୟାୟରେ ୨୦୨୩ ମାଟ୍ରିକ ପରୀକ୍ଷା ପାଇଁ ଏହା ଆରମ୍ଭ ହେବ । ବିଶ୍ଵନାଥ ବିଦ୍ୟାପୀଠ ଓ ସରକାରୀ ବାଳିକା ବିଦ୍ୟାଳୟ ଆଠଗଡ 2ଟି ସ୍କୁଲର ନବମରେ 69ପ୍ରତିଶତ ରଖିଥିବା 30 ଜଣ ବିଦ୍ୟାର୍ଥୀଙ୍କୁ ନେଇ ଏହି ଅଭିଯାନ ଜିଲ୍ଲାପାଳ ଆରମ୍ଭ କରିଛନ୍ତି ।

ଏଥିରେ 15ଜଣ ଝିଅ ଓ 15 ପୁଅ ଅଛନ୍ତି । ଆସନ୍ତା 8ମାସ ଏମାନଙ୍କୁ ସ୍ୱତନ୍ତ୍ର ଶିକ୍ଷା ଦାନ ଓ ପରୀକ୍ଷା କରାଯାଇ ସେମାନଙ୍କ ମେଧା ଶକ୍ତିର ଅନୁଧ୍ୟାନ କରାଯିବ । ସେମାନେ କିପରି ମାଟ୍ରିକରେ 90ପ୍ରତିଶତରୁ ଅଧିକ ନମ୍ବର ରଖିବେ ଓ ଏ-1 ହେବେ ସେନେଇ ଅଭିଜ୍ଞ ଶିକ୍ଷକ ଏପରିକି ଜିଲ୍ଲାପାଳ ଉପଜିଲ୍ଲାପାଳ ଏଥିରେ ସାମିଲ ହେବେ । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏହାକୁ ଆନୁଷ୍ଠାନିକ ଭାବରେ ଆରମ୍ଭ କରିବା ସହିତ ଏହି ମିଶନ ସମଗ୍ର ଜିଲ୍ଲାକୁ ପ୍ରଭାବିତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.