ETV Bharat / city

Sumit-Tapaswini Marital Dispute: ହାଇକୋର୍ଟ ଗଲେ ସୁମିତଙ୍କ ବାପା

ସୁମିତ ଓ ତପସ୍ବିନୀ ମାମଲା (Sumit and tapaswini Martial issue) । ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଶ୍ବଶୁର ପ୍ରମୋଦ ସାହୁ । ଅଧିକ ପଢନ୍ତୁ

Sumit father Pramod sahoo case file in high court on december 20 issue
ସୁମିତ ଓ ତପସ୍ବିନୀ ବିବାଦ : ହାଇକୋର୍ଟ ଗଲେ ସୁମିତଙ୍କ ବାପା
author img

By

Published : Jan 10, 2022, 5:41 PM IST

କଟକ: ବହୁଚର୍ଚ୍ଚିତ ସୁମିତ ଓ ତପସ୍ବିନୀ ମାମଲା (Sumit and tapaswini Martial issue)। ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଶଶୁର ପ୍ରମୋଦ ସାହୁ। ଗତ ଡିସେମ୍ବର ୨୦ ତାରିଖରେ ତାଙ୍କ ଘରେ ଘଟିଥିବା ଘଟଣାରେ ପୋଲିସର ନିଷ୍କ୍ରିୟତା ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରମୋଦ।

ସୁମିତ ଓ ତପସ୍ବିନୀ ବିବାଦ : ହାଇକୋର୍ଟ ଗଲେ ସୁମିତଙ୍କ ବାପା

ଗତ ମାସ ୨୦ ତାରିଖରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଲୋକ ତାଙ୍କ ଘରେ ଧସେଇ ପଶିବା ସହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ସେ ଏନେଇ ଥାନାରେ ମାମଲା ଦାୟର କରିଥିଲେ ବି ଆଜି ପର୍ଯ୍ୟନ୍ତ ପୋଲିସ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ସେହିପରି ଏହି ଘଟଣାରେ ପୋଲିସ ପକ୍ଷରୁ ସଠିକ ତଦନ୍ତ ମଧ୍ୟ କରାଯାଇନାହିଁ । ଏହି ଘଟଣାରେ ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ କୋର୍ଟରେ ପ୍ରାର୍ଥନା କରିଛନ୍ତି ପ୍ରମୋଦ।

ସୂଚନାଥାଉକି ଦୀର୍ଘ ଦିନ ହେଲା ଲାଗି ରହିଛି ତପସ୍ବିନୀ ଓ ସୁମିତ ବିବାଦ ମାମଲା । ଜିଲ୍ଲା କୋର୍ଟଙ୍କ ରାୟ ପରେ ତପସ୍ବିନୀ ସ୍ବାମୀ ସୁମିତଙ୍କ ଘରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁମିତର ଘରେ ରହୁଛନ୍ତି ତପସ୍ବିନୀ। ତେବେ ତପସ୍ବିନୀ ସୁମିତର ଘରକୁ ଯିବା ପରେ ଶ୍ବଶୁର ପ୍ରମୋଦ ସାହୁ ଘର ଛାଡିଛନ୍ତି । ତେବେ ଉଭୟ ଶ୍ବଶୁର ପ୍ରମୋଦ ସାହୁ ଓ ସ୍ବାମୀ ସୁମିତ ବର୍ତ୍ତମାନ ଘର ବାହାରେ ରହୁଛନ୍ତି । ତେବେ ସୁମିତ ଓ ତପସ୍ବିନୀ ବିବାଦ ମାମଲା କେବେ ପୂର୍ଣ୍ଣଚ୍ଛେଦ ପଡୁଛି ତାହା ଉପରେ ରହିଛି ନଜର ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.