ETV Bharat / city

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ

author img

By

Published : Mar 22, 2022, 5:20 PM IST

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । ବିଶ୍ୱବିଦ୍ୟାଳୟର ଆଟେଣ୍ଡାନ୍ସ କମ କାରଣରୁ ସେମିଷ୍ଟାର ପରୀକ୍ଷାରୁ ବଞ୍ଚିତ ନିଷ୍ପତ୍ତିକୁ ଛାତ୍ରଛାତ୍ରୀଙ୍କ ବିରୋଧ । ଅଧିକ ପଢନ୍ତୁ

ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ

କଟକ: ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଛାତ୍ର ଅସନ୍ତୋଷ । ସେମିଷ୍ଟାର ପରୀକ୍ଷା ପାଇଁ ଆଟେଣ୍ଡାନ୍ସ କମ ହେବାରୁ ପରୀକ୍ଷାରୁ ଛାତ୍ରଛାତ୍ରୀ ବଞ୍ଚିତ ହେବା ପ୍ରତିବାଦରେ ଆଜି(ମଙ୍ଗଳବାର) ବିଶ୍ୱବିଦ୍ୟାଳୟ ପରିସରରେ ଏହାକୁ ବିରୋଧ କରିଛନ୍ତି । ଏଥିସହିତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଦାବି ଜଣାଇଛନ୍ତି । ମାମଲାରେ ହସ୍ତକ୍ଷେପ କରି ଯଥାସମ୍ଭବ ସମାଧାନ ପାଇଁ ଲିଖିତ ଆକାରରେ ଜଣାଇଛନ୍ତି ଛାତ୍ରଛାତ୍ରୀ ।

ହଷ୍ଟେଲ କାମ ଚାଲୁ ରହିଥିବାବେଳେ ପିଲା ବାହାରେ ରହି ପାଠ ପଢୁଛନ୍ତି । ଯାହାଦ୍ୱାରା ପ୍ରତ୍ୟେକ କ୍ଲାସ କରିବା ପାଇଁ ଅସମର୍ଥ ହେଉଛନ୍ତି ଛାତ୍ରଛାତ୍ରୀ । ଯାହା ପାଇଁ ଆଟେଣ୍ଡାନ୍ସ ସଠିକ ହୋଇପାରୁନି । ଏହାଛଡ଼ା ଅନଲାଇନ କ୍ଲାସ ମଧ୍ୟ ସଠିକ ଭାବେ ସମ୍ଭବ ହୋଇପାରୁନି । ଯାହାଦ୍ୱାରା ପାଠପଢାରେ ସଠିକ ଢଙ୍ଗରେ ହୋଇପାରୁନି । ତେବେ ଏପରି ସ୍ଥିତିରେ ପ୍ରଥମେ ହଷ୍ଟେଲ ଠିକ କଲେ ହିଁ କ୍ଳାସରେ ଅଧିକ ଉପସ୍ଥିତି ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏହାସହ ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.