ETV Bharat / city

ଦୁଇ ନମ୍ବର ଫାଟକ ଖୋଲିବା ଦାବିରେ ରେଭେନ୍ସାରେ ଆମରଣ ଅନଶନ - ରେଭେନ୍ସାରେ ଆମରଣ ଅନଶନ

ଗେଟ ବିବାଦକୁ ନେଇ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆମରଣ ଅନଶନ । ଦୁଇ ନମ୍ବର ଗେଟ ଖୋଲିବା ଦାବିରେ ଗତକାଲି(ବୁଧବାର) ଠାରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ର। ଅଧିକ ପଢନ୍ତୁ

ଦୁଇ ନମ୍ବର ଫାଟକ ଖୋଲିବା ଦାବିରେ ରେଭେନ୍ସାରେ ଆମରଣ ଅନଶନ

author img

By

Published : May 19, 2022, 10:43 AM IST

କଟକ: ଗେଟ ବିବାଦକୁ ନେଇ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆମରଣ ଅନଶନ । ଦୁଇ ନମ୍ବର ଗେଟ ଖୋଲିବା ଦାବିରେ ଗତକାଲି(ବୁଧବାର) ଠାରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ର । ଦାବି ପୂରଣ ନହେବା ଯାଏଁ ଆମରଣ ଅନଶନ ଜାରି ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ଦୁଇ ନମ୍ବର ଫାଟକ ଖୋଲିବା ଦାବିରେ ରେଭେନ୍ସାରେ ଆମରଣ ଅନଶନ

ସୂଚନାଅନୁସାରେ,ବିଶ୍ୱବିଦ୍ୟାଳୟରେ ମୋଟ 4ଟି ଫାଟକ ରହିଥିଲା ବେଳେ ମୁଖ୍ୟ ଦୁଇ ନମ୍ବର ଫାଟକକୁ ବନ୍ଦ କରାଯାଇଥିବା ବେଳେ ଛତ୍ରବଜାର ନିକଟରେ ଥବା 4 ନମ୍ବର ଫାଟକକୁ ଖୋଲିଛନ୍ତି କର୍ତ୍ତୃପକ୍ଷ । ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । କାରଣ ଛତ୍ରବଜାରକୁ ଭାରି ଯାନ ପ୍ରବେଶ କରୁଥିଲା ବେଳେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି । ଏହାଛଡ଼ା ମଦ ଦୋକାନ ରହିଛି । ଯାହା ଦ୍ୱାରା ଛାତ୍ରୀ ମାନେ ସୁରକ୍ଷିତ ମନେ କରୁନାହାନ୍ତି । ତେବେ ଏହି ଦୁଇ ନମ୍ବର ଗେଟକୁ କାହିଁକି କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି ତାହା ଅସ୍ପଷ୍ଟ ରହିଛି । ଯେତେଦିନ ପର୍ଯ୍ୟନ୍ତ ଦୁଇ ନମ୍ବର ଗେଟ ବନ୍ଦ ରହିବ ସେତେଦିନ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଛାତ୍ର।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.