କଟକ: ଥମୁନି ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ। ରାଗିଂକୁ ନେଇ ଚାରିଆଡ଼େ ଏବେ ଚର୍ଚ୍ଚା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉଠୁଛି ପଡୁଛି ରାଜ୍ୟ । ମେଧାବୀ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁକୁ 48 ଘଣ୍ଟାରୁ ଅଧିକ ସମୟ ବିତି ଥିବା ବେଳେ ମୃତ୍ୟୁ ସସ୍ପେନସ ଉପରୁ ପରଦା ଉଠାଇ ପାରିନି କମିଶନରେଟ ପୋଲିସ । ରୁଚିକାକୁ ନ୍ୟାୟ ଦେବା ପାଇଁ ବିଭିନ୍ନ ଛାତ୍ର ସଂଗଠନ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଏହାବି ପଢନ୍ତୁ: BJB କଲେଜ ଛାତ୍ରୀ ଆତ୍ମହତ୍ୟା, ନ୍ୟାୟ ପାଇଁ ଏକାଠି ହେଲେ ବିଭିନ୍ନ ଛାତ୍ର ସଂଗଠନ
ଏହି କ୍ରମରେ କଟକ ଜିଲ୍ଲା ହିନ୍ଦୁସେନାର ଛାତ୍ର ସଙ୍ଗଠନ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଯେଉଁମାନେ ରୁଚିକାଙ୍କୁ ରାଗିଂ କରୁଥିଲେ ସମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଘଟଣାର ପୁନରାବୃତ୍ତି କିଭଳି ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଛାତ୍ର ସଂଗଠନ ।
ଇଟିଭି ଭାରତ, କଟକ