ETV Bharat / city

4 ଦଫା ଦାବି ନେଇ CMC କାର୍ଯ୍ୟାଳୟରେ ଉଠାଦୋକାନୀଙ୍କ ଧାରଣା - କଟକ ମ୍ୟୁନିସିପାଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

CMC କାର୍ଯ୍ୟାଳୟ ସମ୍ମୁଖରେ 4 ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣ ଦେଲା କଟକ ମହାନଗର ଉଠା ଦୋକାନୀ ମହାସଙ୍ଘ । ଅଧିକ ପଢନ୍ତୁ

4 ଦଫା ଦାବି ନେଇ CMC କାର୍ଯ୍ୟାଳୟରେ ଉଠାଦୋକାନୀଙ୍କ ଧାରଣା

author img

By

Published : Jan 4, 2022, 7:10 PM IST

କଟକ: CMC କାର୍ଯ୍ୟାଳୟ ସମ୍ମୁଖରେ 4 ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦେଲା କଟକ ମହାନଗର ଉଠା ଦୋକାନୀ ମହାସଙ୍ଘ । ଉଠାଦୋକାନୀ ମହାସଙ୍ଘର ସଭାପତି ସୁରେଶ ମହାନ୍ତିଙ୍କ ନେତୃତ୍ୱରେ ସହରର ବିଭିନ୍ନ ଅଞ୍ଚଳର ଉଠାଦୋକାନୀମାନେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି(ମଙ୍ଗଳବାର) CMC ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

4 ଦଫା ଦାବି ନେଇ CMC କାର୍ଯ୍ୟାଳୟରେ ଉଠାଦୋକାନୀଙ୍କ ଧାରଣା
କଟକ ସହରର ସୌନ୍ଦର୍ଯ୍ୟକରଣ ନାଁରେ ବିଭିନ୍ନ ଅଞ୍ଚଳରୁ ଉଠା ଦୋକାନୀମାନଙ୍କୁ ମହାନଗର ନିଗମ ଉଠାଇ ଦେଉଛି ଏବଂ ସେମାନଙ୍କୁ କୌଣସି ଜାଗାରେ ଥଇଥାନା କରାଯାଉ ନାହିଁ କି CMC ସେମାନଙ୍କୁ ଭେଣ୍ଡିଂ ଜୋନ ଦେଉନାହିଁ । ଯେତିକି ଭେଣ୍ଡିଂ ଜୋନ ଦିଆଯାଉଛି ତାହା ପାତରଅନ୍ତର କରି ଦିଆ ଯାଉଥିବା ଅଭିଯୋଗ କରିଛନ୍ତି ଉଠା ଦୋକାନୀ ସଙ୍ଘର ସଭାପତି । ତେବେ ମହାନଗର ନିଗମ ଉଠା ଦୋକାନୀମାନଙ୍କୁ ପ୍ରଥମେ ଥଇଥାନ କରିବା ପରେ ଉଚ୍ଛେଦ କରୁ ବୋଲି ସଙ୍ଘ ଦାବି କରିଛି, ଯଦି ଦାବି ପୂରଣ ନ ହୁଏ ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସଙ୍ଘ ସଭାପତି କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.