ETV Bharat / city

ସିଲଭରସିଟିରେ ବଢୁଛି ବୁଲା ପଶୁଙ୍କ ଦୌରାତ୍ମ୍ୟ, ରାସ୍ତା ମଝିରେ କରୁଛନ୍ତି ରାଜ ! - Stray dog and cattle continue to cause traffic congestion

କଟକରେ ବୃଦ୍ଧି ପାଇଛି ପଶୁଙ୍କ ଦୈରାତ୍ମ୍ୟ । ବାଉନ ବଜାର ତେପନ ଗଳିରେ ରାଜ କରୁଛନ୍ତି ମାଳ ମାଳ ଗାଈଗୋରୁ ସହିତ ଶହ ଶହ ବୁଲା କୁକୁର । ଗଳିକନ୍ଦିଠୁ ନେଇ ସହର, ବଜାର ଓ ମୁଖ୍ୟ ରାସ୍ତା, ଯୁଆଡେ ଚାହିଁଲେ ସିଆଡେ ଦଳଦଳ ହୋଇ ବୁଲୁଛନ୍ତି । ଅଧିକ ପଢନ୍ତୁ

ସିଲଭରସିଟିରେ ବଢୁଛି ପଷୁଙ୍କ ଦୌରାତ୍ମ୍ୟ, ରାସ୍ତା ମଝିରେ ରାଜ କରୁଛନ୍ତି କୁକୁର ଓ ଗାଈଗୋରୁ

author img

By

Published : Dec 10, 2021, 9:41 PM IST

କଟକ: ବାଉନ ବଜାର ଟେପନ ଗଳିରେ ବୁଲିଛନ୍ତି ମାଳ ମାଳ ଗାଈଗୋରୁ ସହିତ ଶହ ଶହ ବୁଲା କୁକୁର । ଫଳରେ ଦିନକୁ ଦିନ ସହରରେ ବଢିଚାଲିଛି ବୁଲା ଗାଈଗୋରୁ ଓ କୁକୁରଙ୍କ ଦୌରାତ୍ମ୍ୟ (Stray dog and cattle continue to cause traffic congestion, mishaps )। ଅବାଧରେ ଗଳିକନ୍ଦି ଠୁ ନେଇ ସହର , ବଜାର ଓ ମୁଖ୍ୟ ରାସ୍ତାରେ ବୁଲୁଛନ୍ତି ପଶୁ । ଗାଡି ସାଉଣ୍ଡ ହେଲେ ବି ଦମ୍ଭରେ ଏମାନେ ଅଟଳ ରହି ରାସ୍ତା ମଝିର ଠିଆ ହୋଇ ରହୁଛନ୍ତି ଓ ପାଖେଇବାର ନା ମଧ୍ୟ ଧରୁନାହାନ୍ତି ।

ସିଲଭରସିଟିରେ ବଢୁଛି ପଷୁଙ୍କ ଦୌରାତ୍ମ୍ୟ, ରାସ୍ତା ମଝିରେ ରାଜ କରୁଛନ୍ତି କୁକୁର ଓ ଗାଈଗୋରୁ

ଫଳରେ ସହରରେ ସୃଷ୍ଟି ହୋଉଛି ଟ୍ରାଫିକ ସମସ୍ୟା । ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇ ରହୁଛି ରାସ୍ତା ଓ ଘଟୁଛି ଅନେକ ଦୁର୍ଘଟଣା । ଏପରିକି ଦୁର୍ଘଟଣା ଜନିତ ପ୍ରାଣହାନୀର ଘଟଣା ମଧ୍ୟ ସାମ୍ନାକୁ ଆସିଛି । ସହର ଭିତରେ ଏହି ମାତ୍ରାଧିକ ବୁଲା କୁକୁର ଓ ଗାଈକୁ ନେଇ ବଢ଼ିବାରେ ଲାଗିଛି ଜନ ଅସନ୍ତୋଷ । ନିଗମନ ତରଫରୁ ଏ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାମ ପାଇଁ ଦାବି କରିଛନ୍ତି ସହରବାସୀ ।

କଟକ ସହରକୁ ଗାଈଗୋରୁ ଓ ବୁଲା କୁକୁରଙ୍କ କବଳରୁ ମୁକ୍ତ କରିବା ପାଇଁ ମହାନଗର ନିଗମ ( Cuttack CMC) ଖର୍ଚ୍ଚ କରୁଛି ଲକ୍ଷ ଲକ୍ଷ ଟଙ୍କା । ଆଉ ଏଥିପାଇଁ ନିଯୁକ୍ତି ହୋଇଛନ୍ତି କର୍ମଚାରୀ । କୌଣସି ସୁଫଳ ମିଳୁନଥିବା ଦୃଶ୍ୟମାନ ହେଉଛି ।

ତେବେ ବେଶ କିଛିମାସ ହେଲା ବଢିଥିବା ବୁଲା ଗାଈଗୋରୁ ଓ କୁକୁରଙ୍କ ଦୌରାତ୍ମ୍ୟକୁ ସ୍ୱୀକାର କରିଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ । ଏନେଇ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି । ସହର ଯେଉଁ ଅଞ୍ଚଳରୁ ଏ ବାବଦରେ ଅଭିଯୋଗ ଆସୁଛି ସଙ୍ଗେ ସଙ୍ଗେ ଟିମ ପହଞ୍ଚି ପଦକ୍ଷେପ ନେଉଥିବା କହିଛନ୍ତି ସିଏମସି କମିଶନର । ବର୍ଷ ବର୍ଷ ଧରି ଏ ସମସ୍ୟା ଲାଗି ରହିଥିବା ବେଳେ ଯେଉଁମାନଙ୍କର ଗାଈ ଗୋରୁ ରାସ୍ତାରେ ବୁଲୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସହର ବାସୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.