ETV Bharat / city

ଓଡିଶା କୁସ୍ତି ସଙ୍ଘରେ ଆୟୋଜନ ହେଲା ରାଜ୍ୟସ୍ତରୀୟ ପ୍ରତିଯୋଗିତା - ଓଡିଶା କୁସ୍ତି ସଙ୍ଘ ନ୍ୟୁଜ

ଓଡିଶା ରେସଲିଂ ଆସୋସିଏସନରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ମୁକାବିଲା । 15 ବର୍ଷରୁ କମ ଓ 23 ବର୍ଷରୁ କମ ପୁରୁଷ ବର୍ଗ ଓ ମହିଳା ବର୍ଗରେ କୁସ୍ତି ପ୍ରତିଯୋଗିତା ଆରମ୍ଭ । ଅଧିକ ପଢନ୍ତୁ

ଓଡିଶା କୁସ୍ତି ସଙ୍ଘରେ ଆୟୋଜନ ହେଲା ରାଜ୍ୟସ୍ତରୀୟ ପ୍ରତିଯୋଗିତା

author img

By

Published : May 6, 2022, 10:52 PM IST

କଟକ: ଓଡିଶା ରେସଲିଂ ଆସୋସିଏସନରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ମୁକାବିଲା । 15 ବର୍ଷରୁ କମ ଓ 23 ବର୍ଷରୁ କମ ପୁରୁଷ ବର୍ଗ ଓ ମହିଳା ବର୍ଗରେ କୁସ୍ତି ପ୍ରତିଯୋଗିତା ଆରମ୍ଭ ହୋଇଛି । ଗୋଟିଏ ଦିନ ଧରି ଚାଲିବ ଏହି ପ୍ରତିଯୋଗିତା ।

ଓଡିଶା କୁସ୍ତି ସଙ୍ଘରେ ଆୟୋଜନ ହେଲା ରାଜ୍ୟସ୍ତରୀୟ ପ୍ରତିଯୋଗିତା

ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିଭିନ୍ନ ୱେଟ କାଟାଗୋରୀରେ ମ୍ୟାଚ ଖେଳାଯିବ । ଏହି ମେଗା ପ୍ରତିଯୋଗିତାରେ ଓଡ଼ିଶାର 10 ଟି ଜିଲ୍ଲାର ବଛା ବଛା ଖେଳାଳି ଭାଗ ନେଇଛନ୍ତି । ବିଶେଷକରି ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀମାନେ ରାଞ୍ଚି ଠାରେ ଆୟୋଜିତ ହେବାକୁ ଥିବା 15 ବର୍ଷରୁ କମ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ।

ଏହାସହ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଆସନ୍ତା 8 ତାରିଖ ଠାରୁ କଟକରେ ମଧ୍ୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ । ଯାହାଦ୍ୱରା କୁସ୍ତି କ୍ରୀଡାରେ ଓଡିଶା ଜାତୀୟସ୍ତରରେ ଆହୁରି ଉଚ୍ଚ କୋଟୀର ପ୍ରଦର୍ଶନ କରିବ ବୋଲି କହିଛନ୍ତି ସମ୍ପାଦକ କିଶୋର ବେହେରା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.