ETV Bharat / city

ଜରୁରୀ ପରିସ୍ଥିତିରେ ଗିରଫ ହୋଇଥିବା ରାଜବନ୍ଦୀଙ୍କ ଉପରେ କେବେ ଦୃଷ୍ଟି ଦେବେ ସରକାର - ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ସ୍ମାରକ ଦିବସ

ଟାଉନହଲ ପରିସରରେ ଜରୁରୀକାଳୀନ ପରିସ୍ଥିତି ରାଜବନ୍ଦୀମାନଙ୍କ ରାଜ୍ୟସ୍ତରୀୟ ସମାବେଶ ଓ ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ସ୍ମାରକ ଦିବସ ପାଳିତ ହୋଇଛି । ଅଧିକ ପଢ଼ନ୍ତୁ

ଜରୁରୀ ପରିସ୍ଥିତିରେ ଗିରଫ ହୋଇଥିବା ରାଜବନ୍ଦୀଙ୍କ ଉପରେ କେବେ ଦୃଷ୍ଟି ଦେବେ ସରକାର

author img

By

Published : Jun 27, 2022, 8:55 AM IST

କଟକ: ଟାଉନହଲ ପରିସରରେ ଜରୁରୀକାଳୀନ ପରିସ୍ଥିତି(Emergency) ରାଜବନ୍ଦୀମାନଙ୍କ ରାଜ୍ୟସ୍ତରୀୟ ସମାବେଶ ଓ ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ସ୍ମାରକ ଦିବସ ପାଳିତ ହୋଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଅମର ଶତପଥୀ, ଶଶିଭୂଷଣ ବେହେରା ଓ ବିଜେପି ନେତା ବିମ୍ବାଧର କୁଅଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଜରୁରୀକାଳୀନ ପରିସ୍ଥିତି ରାଜବନ୍ଦୀ ମାନଙ୍କ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଆଲୋଚନା କରାଯାଇଥିଲା ।

ଜରୁରୀ ପରିସ୍ଥିତିରେ ଗିରଫ ହୋଇଥିବା ରାଜବନ୍ଦୀଙ୍କ ଉପରେ କେବେ ଦୃଷ୍ଟି ଦେବେ ସରକାର

ଓଡିଶାରେ ଜାରି ରହିଥିବା ବିଜେଡି ସରକାର ୨୦୧୯ ମସିହା ନିର୍ବାଚନ ସମୟରେରେ ଜରୁରୀ ପରିସ୍ଥିତିରେ ଗିରଫ ହୋଇଥିବା ବନ୍ଦୀ ମାନଙ୍କୁ ସହାୟତା ଯୋଗାଇବା ପାଇଁ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦେଇଥିଲା । ହେଲେ ତାହା ଏଯାବତ ପୂର୍ଣ୍ଣ ହୋଇ ପାରିନାହିଁ । ତେବେ ଅନେକ ସଂଗ୍ରାମୀ ନେତା ଏବେବି ଜୀବିତ ଅଛନ୍ତି ଯେଉଁମାନେ ଏବେ ଦାରିଦ୍ର୍ୟର ସୀମାରେଖା ତଳେ କଳାତିପାତ କରୁଛନ୍ତି । ତେଣୁ ଏହି ଦିଗରେ ରାଜ୍ୟ ସରକାର ଶୀଘ୍ର ନଜର ଦେବାକୁ ସଂଗ୍ରାମୀ ନେତାମାନେ ଦାବି କରିଛନ୍ତି ।

୧୯୭୫ ମସିହା ଜୁନ ମାସ ୨୫ତାରିଖରେ ଦେଶରେ ଘୋଷଣା ହୋଇଥିଲା ଜରୁରୀ ପରିସ୍ଥିତି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଦେଶରେ ଜାରି ହୋଇଥିଲା ଏହି କଠୋର ନିଷ୍ପତ୍ତି । ତେବେ ଏହି ପରିସ୍ଥିତିରେ ଅନେକ ବଡ଼ ବଡ଼ ନେତା ଗିରଫ ହୋଇ ଜେଲ୍‌ ଯାଇଥିଲେ । ଅନେକ ଛାତ୍ର ମାନଙ୍କ ଭବିଷ୍ୟତ ମଧ୍ୟ ନଷ୍ଟ ହୋଇଥିଲା । ସେହି ସମୟରେ ରାଜବନ୍ଦୀମାନଙ୍କୁ କିଛି ରାଜ୍ୟରେ ସଂଗ୍ରାମୀର ମାନ୍ୟତା ଦେବା ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । କିନ୍ତୁ କେନ୍ଦ୍ର ଏହି ଦିଗରେ ଏଯାବତ କିଛି ଠୋସ୍‌ ପଦକ୍ଷେପ ନେଇନି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.