କଟକ: ସହରାଞ୍ଚଳ ଉଠା ଦୋକାନୀଙ୍କ ମୁହଁରେ ହସ ଫୁଟାଇଲେ ନବୀନ । ଫନି କ୍ଷତିଗ୍ରସ୍ତ ହୋଇଥିବା ଉଠାଦୋକାନୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମହାନଗର ନିଗମ ସର୍ଭେ ରିପୋର୍ଟ ଅନୁସାରେ 1919 ଜଣଙ୍କୁ 10 ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
କଟକ ରାଜା ବଗିଚା ପଡିଆରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫନି କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସହରରେ ଆହୁରି ଭେଣ୍ଡିଙ୍ଗ ଯୋନ ନିର୍ମାଣ ହେବ । ଏଥିପାଇଁ 7 ଗୋଟି ସ୍ଥାନ ନିରୂପଣ ହୋଇଛି । ଖୁବ କମ ଦିନ ମଧ୍ୟରେ ସରିବ କାମ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ