କଟକ: ଯୋବ୍ରା ଅଞ୍ଚଳରେ ମରଣାନ୍ତକ ଆକ୍ରମଣ । ଏକ ବ୍ୟକ୍ତିଙ୍କୁ ଛୁରା ମାଡ଼ ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଯୋବ୍ରା ଅଞ୍ଚଳର ଶଙ୍କର ବୋଲି ଜଣାପଡିଛି । ସେ ଅମୂଲ ଆଇସକ୍ରିମର ଡିଷ୍ଟ୍ରିବ୍ୟୁଟର । ତେବେ କେଉଁ କାରଣରୁ ଏହି ଘଟଣା ଘଟିଛି ତାହା ଜଣା ପଡ଼ିନାହିଁ । ତାଙ୍କୁ ଏସସିବି କାଜୁଆଲଟିରେ ଭର୍ତ୍ତି କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ