ETV Bharat / city

ବିରାଜିବେ ଗଜାନନ, ୧୫ ଫୁଟର ମୂର୍ତ୍ତି ତିଆରି ଚର୍ଚ୍ଚାରେ ଦିବ୍ୟାଙ୍ଗ ଯୁବଗୋଷ୍ଠୀ - କଟକରେ ୧୫ ଫୁଟ ଗଣେଶ ମୂର୍ତ୍ତି ତିଆରି

ଆସୁଛନ୍ତି ଗଜାନନ, ଦୁଇ ବର୍ଷର ଅନ୍ତରାଳ ପରେ ଏଥର ପୂଜା ମଣ୍ଡପରେ ଦେବେ ଭକ୍ତଙ୍କୁ ଦର୍ଶନ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । (Ganesh Puja preparation in Tulashipur cuttack) ଏହାର ଏକ ଝଲକ କଟକ ତୁଳସୀପୁରରେ ଦେଖିବାକୁ ମିଳିଛି । (15 feet Ganesh Idol in Cuttack Tulashipur) କଟକ ତୁଳସୀପୁରରେ ଦେଖିବାକୁ ମିଳିଛି ଏହାର ଏକ ଝଲକ । ଅଧିକ ପଢ଼ନ୍ତୁ

ତୁଳସୀପୁର ମଣ୍ଡପରେ ବିରାଜିବେ ଗଜାନନ, ୧୫ ଫୁଟ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଦିବ୍ୟାଙ୍ଗ ଯୁବଗୋଷ୍ଠୀ

author img

By

Published : Aug 25, 2022, 9:30 PM IST

କଟକ: ଆଉ ଦିନ କେଇଟାର ଅପେକ୍ଷା । ମଣ୍ଡପରେ ବିରାଜିବେ ବିଘ୍ନ ବିନାଶକ । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଭକ୍ତଙ୍କ ଗହଣକୁ ଆସି ପାରିନଥିଲେ ଗଜାନନ । ଏଥିପାଇଁ ଏଥର ପ୍ରତି ପୂଜା ମଣ୍ଡପରେ ଧୂମଧାମ୍‌ରେ ପୂଜା କରିବାକୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି । ଏହାର ଏକ ଝଲକ କଟକ ତୁଳସୀପୁରରେ ବି ଦେଖିବାକୁ ମିଳିଛି(Ganesh Puja preparation in Tulashipur) । ତେବେ ଏଠାକାର ପ୍ରସ୍ତୁତି ଟିକିଏ ନିଆରା । କାରଣ ଚଳିତ ଥର ଏଠାରେ କିଛି ଦିବ୍ୟାଙ୍ଗ ଯୁବକ ମୂର୍ତ୍ତି ତିଆରି କରି ପୂଜା କରିବାକୁ ଯୋଜନା କରିଛନ୍ତି ।

ତୁଳସୀପୁର ମଣ୍ଡପରେ ବିରାଜିବେ ଗଜାନନ, ୧୫ ଫୁଟ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଦିବ୍ୟାଙ୍ଗ ଯୁବଗୋଷ୍ଠୀ

ତୁଳଶୀପୁରରେ ୧୫ ଫୁଟର ମୂର୍ତ୍ତି

ତୁଳଶୀପୁରରେ ଲୋୟର ପୋଲିସ କଲୋନୀରେ ୩୫ ବର୍ଷା ହେଲା ପୂଜା ହୋଇ ଆସୁଛି । ୨୫ ବର୍ଷ ହେଲା ଏଠାରେ ଥିବା କଟକ ମୁକ ବଧିର ସଂଘ(speciallly abled youngman group in Cuttack) ପକ୍ଷରୁ ପୂଜା ହୋଇ ଆସୁଛି । ଏଥର ଦିବ୍ୟାଙ୍ଗ ଯୁବକ ଏଠାରେ ଏକ ୧୫ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଛନ୍ତି(15 feet Ganesh Idol in Cuttack Tulashipur) । ଏଥିପାଇଁ ସେମାନେ କୌଣସି ସ୍ଥାନରୁ ତାଲିମ ନେଇ ନାହାନ୍ତି । କେତେକ ଫଟୋ ବା ଛବି ଅବିକଳ ଗଣେଶ ମୂର୍ତ୍ତି ତିଆରି କରିବାକୁ ମନ ବଳାଇଛନ୍ତି । ଏହି ଶିକ୍ଷିତ ଦିବ୍ୟାଙ୍ଗ ଯୁବକ ଆଖପାଖ ପୂଜା ମଣ୍ଡପରେ ମୂର୍ତ୍ତି ତିଆରି ହେଉଥିବା ଦେଖି ମୂର୍ତ୍ତି ତିଆରି ଆରମ୍ଭ କରିଛନ୍ତି ।

ପୂଜାରେ ସାମିଲ ହେବେ ୪୦୦ ଦିବ୍ୟାଙ୍ଗ

କଟକ ମୁକ ବଧିର ସଂଘ ପକ୍ଷରୁ ପୂଜା ଆୟୋଜନ ହୋଇ ଆସୁଥିବାରୁ ଏଥିରେ ପ୍ରାୟ ୪୦୦ରୁ ୪୫୦ ଦିବ୍ୟାଙ୍ଗ ଯୋଗ ଦେଇଥାଆନ୍ତି । ମୂର୍ତ୍ତି ତିଆରି ପାଇଁ ମନସ୍ତ କରିବା ପରେ କଟକ ମୁକ ବଧିର ସଂଘ ସଭାପତିଙ୍କୁ ଜଣାଇଥିଲେ ଯୁବଗୋଷ୍ଠୀ । ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ହୋଇଥିବା ଦିବ୍ୟାଙ୍ଗ ଯୁବକଯୁବତୀମାନେ ନିଜ ଭିତରେ ଚାନ୍ଦା ଆଦାୟ କରି କରନ୍ତି ପୂଜା । ଏହାପରେ ମୂର୍ତ୍ତି ତିଆରି ପାଇଁ ସାଇକେଲ୍‌ରେ ଚୌଦ୍ବାରକୁ ଯାଇ ପଟୁ ମାଟି ଆଣି ଆସିଥିଲେ । ସେହିଭଳି ସ୍ଥାନୀୟ ହରିଣ ପାର୍କ ନିକଟରୁ ନଡ଼ା କିଣି ଆଣିଥିଲେ ।

ସାଧୁବାଦ ଜଣାଇଛନ୍ତି ସ୍ଥାନୀୟ ଲୋକ

ଏହି ଦିବ୍ୟାଙ୍ଗ ଯୁବକଙ୍କ ପ୍ରୟାସ ଦେଖି ସ୍ଥାନୀୟ ଲୋକେ ସାଧୁବାଦ ଦେଇଛନ୍ତି । ଦିବ୍ୟାଙ୍ଗ କାହା ଉପରେ ବୋଝ ନୁହଁନ୍ତି । ଅନ୍ୟାମାନଙ୍କ ଭଳି ସେମାନେ ମଧ୍ୟ ଭିନ୍ନ ରୂପରେ ସକ୍ଷମ । ସମାଜରେ ସେମାନଙ୍କର ମଧ୍ୟ ସ୍ବତନ୍ତ୍ର ସ୍ଥାନ ରହିଛି । ତୁଳଶୀପୁରର ଦିବ୍ୟାଙ୍ଗ ଯୁବଗୋଷ୍ଠୀଙ୍କୁ ପ୍ରୟାସକୁ ଦେଖିଲେ ତାହା ସତ ମନେ ହୁଏ । ସେମାନଙ୍କଠାରୁ ଜଣେ ସାଧାରଣ ଲୋକଙ୍କୁ ବହୁତ କିଛି ଶିକ୍ଷା କରିବାର ଅଛି ବୋଲି ସେମାନେ କହିଛନ୍ତି ।

ବାଜା ରୋଷଣୀରେ କରିବେ ବିସର୍ଜନ

ଖାଲି ପୂଜା ନୁହେଁ ବିସର୍ଜନ ପାଇଁ ମଧ୍ୟ ଯୁବଗୋଷ୍ଠୀ ସ୍ବତନ୍ତ୍ର ଆୟୋଜନ କରିଛନ୍ତି । ନିଜେ କଥା ନକହି ପାରିଲେ ବା ନଶୁଣି ପାରିଲେ କଣ ହେଲ ? ଢୋଲ ବାଦ୍ୟ ବଜାଇ ଗଜାନନଙ୍କୁ ବିସର୍ଜନ କରିବା ଏଠାରେ ନଜିର ରହିଛି । ଦିବ୍ୟାଙ୍ଗ ଯୁବକଙ୍କ ପ୍ରୟାସରେ ଏହି ଅଞ୍ଚଳରେ ପ୍ରତି ବର୍ଷ ଗଣେଶ ଚତୁର୍ଥୀ ସମୟରେ ଭକ୍ତିଭାବ ପରିବେଶ ସୃଷ୍ଟି ହୁଏ ।

ଏହାକୁ ନେଇ କଟକ ମୁକ ବଧିର ସଂଘ ସଭାପତି କହିଛନ୍ତି, "ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କଟକର ବିବ୍ୟାଙ୍ଗ ଯୁବଗୋଷ୍ଠୀ । ପ୍ରତି ବର୍ଷ ମୂର୍ତ୍ତି କିଣାଯାଇ ପୂଜା କରାଯାଏ । କିନ୍ତୁ ଏଥର ସେମାନେ ନିଜେ ମୂର୍ତ୍ତି ତିଆରି କରିବାକୁ ମନ ବଳାଇଛନ୍ତି । ଫଳରେ ୧୫ଫୁଟର ବିଶାଳ ସୁନ୍ଦର ମୂର୍ତ୍ତି ତିଆରି କରିଛନ୍ତି ।"

ଏହାକୁ ନେଇ ସ୍ଥାନୀୟ ଲୋକ କହିଛନ୍ତି, "ଏହି ଯୁବଗୋଷ୍ଠୀ ନିଜ ଖର୍ଚ୍ଚରେ ମୂର୍ତ୍ତି ତିଆରି କରୁଛନ୍ତି । ଏମାନେ ଶିକ୍ଷିତ । ଭଲ ପରିବାରରୁ ଆସିଛନ୍ତି । ଏମାନଙ୍କ ପ୍ରତିଭାକୁ ନେଇ ସରକାରୀ ସହଯୋଗ ମିଳିଲେ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ ହୋଇ ପାରିବ ।"

କଟକ ଜିଲ୍ଲା ମୁକ ବଧିର ସଂଘ ଯୁବଗୋଷ୍ଠୀର ପ୍ରଚେଷ୍ଟା ନିଶ୍ଚିତ ଭାବରେ ପ୍ରଶଂସା ଯୋଗ୍ୟ । ଏହି ଯୁବ ପ୍ରତିଭାଙ୍କ ପ୍ରତି ସରକାରଙ୍କ କରୁଣ ଦୃଷ୍ଟି ପଡ଼ିଲେ ସେମାନେ କିଛି ନୂଆ କରି ରାଜ୍ୟ ପାଇଁ ଗୌରବ ଆଣି ପାରନ୍ତେ । ଏଥିରେ କୌଣସି ସନ୍ଦେହ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.