ETV Bharat / city

15ରୁ ଶିଶୁଙ୍କ ପାଇଁ ଆରମ୍ଭ ହେବ ମେଗା ଟୀକାକରଣ ଅଭିଯାନ - ଟୀକାକରଣ

କଟକ ଜିଲ୍ଲାରେ ଆସନ୍ତା ୧୫ ତାରିଖରୁ ଶିଶୁମାନଙ୍କ ପାଇଁ ଆରମ୍ଭ ହେବ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ। ଏହା ୩ଟି ପର୍ଯ୍ୟାୟରେ ୩ ମାସ ପର୍ଯ୍ୟନ୍ତ ଚାଲିବ ଏହି ଟୀକାକରଣ ପ୍ରକ୍ରିୟା । ଅଧିକ ପଢନ୍ତୁ...

15ରୁ ଶିଶୁ ମାନଙ୍କ ପାଇଁ ଆରମ୍ଭ ହେବ ମେଗା ଟୀକାକରଣ ଅଭିଯାନ

author img

By

Published : Nov 12, 2021, 7:29 PM IST

କଟକ: ଜିଲ୍ଲାରେ ଆସନ୍ତା ୧୫ ତାରିଖରୁ ଶିଶୁମାନଙ୍କ ପାଇଁ ଆରମ୍ଭ ହେବ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ। ୩ ଟି ପର୍ଯ୍ୟାୟରେ ୩ ମାସ ପର୍ଯ୍ୟନ୍ତ ଚାଲିବ ଏହି ଟୀକାକରଣ ପ୍ରକ୍ରିୟା । ପ୍ରତି ମାସରେ ୭ ଟି କାର୍ଯ୍ୟ ଦିବସରେ ଏହି ଅଭିଯାନ ଚାଲିବ। 12ଟି ରୋଗକୁ ଆଖି ଆଗରେ ରଖି ତ୍ୱରିତ ଢଙ୍ଗରେ ଏହି ଟୀକାକରଣ ପ୍ରକ୍ରିୟା କରାଯିବ। ଏନେଇ ସାମ୍ୱାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି କଟକ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ।

15ରୁ ଶିଶୁ ମାନଙ୍କ ପାଇଁ ଆରମ୍ଭ ହେବ ମେଗା ଟୀକାକରଣ ଅଭିଯାନ

ଏହି ଟୀକାକରଣ ଅଭିଯାନରେ ଖାସ କରି ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯିବ। ଏହାସହ ନିମୋନିଆକୁ ଦମନ କରିବା ପାଇଁ ମଧ୍ୟ ସ୍ବତନ୍ତ୍ର ଟୀକାକରଣ କରିବା ସହ ଲୋକଙ୍କୁ ସଚେତନ କରିବେ ଆଶା କର୍ମୀ ଓ ଏଏନଏମ କର୍ମୀ। ଶିଶୁ ଓ ଗର୍ଭବତୀ ମାଆଙ୍କୁ କିପରି ସମ୍ପୂର୍ଣ୍ଣ ଟୀକାକରଣ କରାଯାଇ ପାରିବ । ସେନେଇ ଏହି ଅଭିଯାନ ଆରମ୍ଭ କରାଯାଇଛି। ସମ୍ପୁର୍ଣ୍ଣ ଟୀକାକରଣ ହେଲେ ଶିଶୁମାନେ ସମସ୍ତ ପ୍ରକାରର ସଂକ୍ରାମଣ ରୋଗରୁ ରକ୍ଷା ପାଇ ପାରିବେ ବୋଲି କହିଛନ୍ତି କଟକ ସିଡିଏମଓ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.