କଟକ: କଟକରେ ଖେଳାଯିବ ସାଉଥ ଏସିଆନ ବାସ୍କେଟବଲ ଚମ୍ପିଆନ୍ସିପ୍ (South Asian Basket Ball Championship) । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଜୁନ୍ ୨ ତାରିଖରୁ ଆରମ୍ଭ ହେବ ଏହି ମେଗା ଇଭେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 3ଟି ଟିମ୍ ଭାଗ ନେବେ ।
ଭାରତ, ବାଂଲାଦେଶ ଓ ମାଲଦୀପ ଏହି ଟୁର୍ଣ୍ଣାମେଣ୍ଟରେ ଭାଗନେବେ । ନେହେରୁ ଇଣ୍ଡୋର ଷ୍ଟାଡିଅମରେ 3 ଦିନ ଧରି ସାଉଥ ଏସିଆନ ବାସ୍କେଟବଲ ଚମ୍ପିଆନ୍ସିପ୍ ଖେଳାଯିବ । ଏହି ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ଦିଆଯାଇଛି । ଏନେଇ ରାଜ୍ୟ ସରକାର ଗ୍ରୀନ ସିଗନାଲ୍ ଦେଇଛନ୍ତି । ଏହି ଚିମ୍ପିଆନ୍ସିପରେ ପୂର୍ବରୁ ୭ଟି ଦଳ ଭାଗ ନେବା ନେଇ ଯୋଜନା ରହିଥିଲା ।
କୋଭିଡ ସଂକ୍ରମଣ ଯୋଗୁଁ ଅନ୍ୟ ୪ଟି ଦେଶ ଆସିବା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ଏହି ପ୍ରତିଯୋଗିତାରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛି ରାଜ୍ୟ ବାସ୍କେଟବଲ ସଙ୍ଘ ।