ETV Bharat / city

ସୌମେନ୍ଦ୍ର ମର୍ଡର ମିଷ୍ଟ୍ରିର ଫର୍ଦ୍ଦାଫାସ, ହତ୍ୟାକାରୀ ଦମ୍ପତି ଗିରଫ - ମାଷ୍ଟର ମାଇଣ୍ଡ ସୁରଥ ସାମଲ

ସଦର ସୌମେନ୍ଦ୍ର କୁମାର ଦାସ ମର୍ଡର ମିଷ୍ଟ୍ରିର ଖୋଲିଲା ଗୁମର । ଗିରଫ ହେଲେ ମର୍ଡର ମାଷ୍ଟର ମାଇଣ୍ଡ ସୁରଥ ସାମଲ ଓ ସ୍ତ୍ରୀ ରିତା ସାମଲ । ଘଟଣାକୁ 3 ଦିନ ପୁରିଥିଲା ବେଳେ ଆଜି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୌମେନ୍ଦ୍ର ମର୍ଡର ମିଷ୍ଟ୍ରି, ଗିରଫ ହେଲେ ସୁରଥ ସାମଲ ଓ ରିତା ସାମଲ

author img

By

Published : Sep 23, 2020, 8:27 AM IST

କଟକ: ସଦର ସୌମେନ୍ଦ୍ର କୁମାର ଦାସ ମର୍ଡର ମିଷ୍ଟ୍ରିର ଖୋଲିଲା ଗୁମର । ଗିରଫ ହେଲେ ମର୍ଡର ମାଷ୍ଟର ମାଇଣ୍ଡ ସୁରଥ ସାମଲ ଓ ସ୍ତ୍ରୀ ରିତା ସାମଲ । ଘଟଣାକୁ 3 ଦିନ ପୁରିଥିଲା ବେଳେ ଆଜି ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗତ ଶୁକ୍ରବାର ଦିନ କଟକ ସଦର ଅଞ୍ଚଳର ମହୁରା ଗ୍ରାମର ସୌମେନ୍ଦ୍ର ଦାସ ନାମକ ବ୍ୟକ୍ତି ବିଲକୁ ପାଣି ମଡ଼ାଇବାକୁ ଯାଇ ଘରକୁ ଫେରି ନଥିବାରୁ ନିଖୋଜ ଆଧାରରେ ଏକ ଏତଲା ସଦର ଥାନାରେ ହୋଇଥିଲା। ହେଲେ ଠିକ ତା ପର ଦିନ ଅର୍ଥାତ ଶନିବାର ସକାଳୁ ଗ୍ରାମ ଲୋକମାନେ ସୌମେନ୍ଦ୍ରର ଚପଲ ଆଉ ମାଳି ଗ୍ରାମ ଶେଷ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ ଦଳ ପୂର୍ଣ୍ଣ ଗାଡ଼ିଆ ପାଖରୁ ଦେଖି ହତ୍ୟା ସନ୍ଦେହ କରି ତାଙ୍କ ପରିବାର ଲୋକେ ଆଉ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଥିବା ସମୟରେ ଫେରାର ଥିବା ସୁରଥ ସାମଲର ସ୍ତ୍ରୀକୁ ଥାନାରେ ଅଟକ ରଖିଥିଲେ । ତାକୁ ପଚରାଉଚରା ପରେ ତାଙ୍କ ସ୍ୱାମୀଙ୍କୁ ତାଙ୍କର ଏକ ସମ୍ପର୍କୀୟଙ୍କ ଘରୁ ଆଜି ଠାଵ କରିଛି ପୋଲିସ ।

ସୁରଥକୁ ପଚରାଉଚରା ପରେ ନିକଟସ୍ଥ ଧାନ ବିଲରେ ସୌମେନ୍ଦ୍ରଙ୍କୁ ହତ୍ୟା କରିଥିବା ଜଣାପଡିଛି। ତେବେ ଗିରଫ ସମୟରେ ଏକ ରକ୍ତ ରଞ୍ଜିତ ଟାଙ୍ଗିଆ ଏକ ଚପଲ ଓ ଅନନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.