ETV Bharat / city

‘ସୀମାନ୍ତବର୍ତ୍ତୀ ତନଖି ଫାଟକରେ ଲାଗୁ ହେବ ଏସଓପି’ - କଟକ ଲାଟେଷ୍ଟ ନ୍ୟୁଜ୍‌

ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡ଼ିଆଇଜି ଏବଂ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ।

dgp abhay, video conference, cuttack latest news, dgp's video conference in cuttack, ଡିଜିପି ଅଭୟ, ଭିଡିଓ କନଫରେନ୍ସ, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକରେ ଡିଜିପିଙ୍କ ଭିଡିଓ କନଫରେନ୍ସ
‘ସୀମାନ୍ତବର୍ତ୍ତୀ ତନଖି ଫାଟକରେ ଲାଗୁ ହେବ ଏସଓପି’
author img

By

Published : May 8, 2020, 8:33 PM IST

କଟକ: ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡ଼ିଆଇଜି ଏବଂ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ । ଶୁକ୍ରବାର ବିଭିନ୍ନ ଗୁରୁତ୍ବପୂର୍ଣ ପ୍ରସଙ୍ଗରେ ହୋଇଥିବା ଏହି ଆଲୋଚନାରେ କାର୍ଯ୍ୟରତ ପୋଲିସଙ୍କ ସମସ୍ୟା ତଥା ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କରେ ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ।

ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୁରକ୍ଷା ସରଞ୍ଜାମ ଯଥା ଆଖି ପାଇଁ ଚଷମା, ମୁହଁ ଘୋଡାଇବା ପାଇଁ ମାସ୍କ ଓ ହାତ ପାଇଁ ଗ୍ଲୋବ୍ସ ଆଦିର ବ୍ୟବସ୍ଥା ସମ୍ପର୍କରେ ଡିଜି ଆଲୋଚନା କରିଥିଲେ । ସେହିପରି ଆକସ୍ମିକ ପାଣ୍ଠି ବ୍ୟବସ୍ଥା, ପୋଲିସ କର୍ମଚାରୀଙ୍କ ପାଇଁ କୋଭିଡ଼ ସୁରକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ ସହ ଅନାବଶ୍ୟକ ମିଳାମିଶାଠାରୁ ଦୂରରେ ରହିବାକୁ ଡିଜି ପରାମର୍ଶ ଦେଇଛନ୍ତି।

ସେହିପରି ସୀମାରେ ଥିବା ତନଖି ଫାଟକଗୁଡ଼ିକ ପାଇଁ ଏସଓପି କାର୍ଯ୍ୟକାରୀ କରିବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ବରିଷ୍ଠ ଆଇପିଏସ ଅଧିକାରୀମାନେ ଉପସ୍ଥିତ ଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.