ETV Bharat / city

ନିଷ୍ଠୁର ପୁଅ: ଆସୁଛି, ଦେଖୁଛି ହେଲେ ଘରକୁ ଡାକୁନି

ସ୍ବାର୍ଥପର ପାଲଟିଲା ଜନ୍ମକଲା ପୁଅ । ବୁଝିଲାନି ବାପା ମାଆଙ୍କ ଦୁଃଖ । ନିଜ କର୍ମକୁ ଆଦରୀ ଏକ କ୍ୟାବିନ ଭିତରେ ପଡି ରହିଛନ୍ତି ବୃଦ୍ଧ ବାପା ମାଆ ।

author img

By

Published : May 26, 2019, 10:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ନିଜର ସନ୍ତାନ ପ୍ରତି ମାଆ ବାପାଙ୍କର ସ୍ନେହଶ୍ରଦ୍ଧା ଅବର୍ଣ୍ଣନୀୟ । କେତେ ଦୁଃଖ କଷ୍ଟ କରି ନିଜର ପିଲାକୁ ପାଳିପୋଷି ମଣିଷ କରିଥାନ୍ତି । ହେଲେ ସେହି ପିଲା ଯଦି ବଡ ହୋଇ ମାଆ ବାପାଙ୍କର ମୁହଁରେ ହସ ଦେବା ବଦଳରେ ବିଷାଦର ମଞ୍ଜି ପୋତିଲା, ତେବେ ମରୀଚିକା ପରି ଉଡିଯାଏଁ ସମସ୍ତ ସ୍ବପ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେହିପରି ଏକ ଘଟଣା ଘଟିଛି କଟକରେ । ବୟସର ଅପରାହ୍ନରେ ଜୋବ୍ରା ବ୍ୟାରେଜ କଲୋନୀରେ ଥିବା ଏକ କ୍ୟାବିନ ଭିତରେ ନିଜ ଜୀବନ ବିତାଉଛନ୍ତି କାଶୀନାଥ ବାରିକ ଓ ରେଣୁବାଳା । ନିଷ୍ଠୁର ପୁଅ ବାପାମାଆଙ୍କର ଗୁରୁତ୍ବ ନ ବୁଝିବାରୁ ବାଧ୍ୟ ହୋଇ ଘର ଛାଡିଛନ୍ତି ବୃଦ୍ଧ ଦମ୍ପତି ।

କେବଳ ଏତିକିରେ ସରିନି ଦୁଃଖର ଦାରୁଣ ଚିତ୍ର । ଅର୍ଥାଭାବରୁ ଦଶ ବର୍ଷ ହେବ କାଶୀନାଥଙ୍କ ଆଖିରେ ମୋତିଆ ବିନ୍ଦୁ ଅପରେସନ ହୋଇପାରିନଥିବାରୁ ଏବେ ସେ ଦୁନିଆ ଦେଖିବାରେ ଅସମର୍ଥ । ଏହାସହ ରେଣୁବାଳାଙ୍କର ମଧ୍ୟ ଗୋଟିଏ ଆଖିକୁ ଦେଖା ଯାଉନାହିଁ । ପରିଣତ ବୟସରେ ରେଣୁବାଳା ନିଜେ ରୋଷେଇ କରିବା ସହ କାଶୀନାଥଙ୍କ ସବୁକଥା ବୁଝୁଛନ୍ତି ।

ଅନ୍ୟପଟେ ସରକାରୀ ସହାୟତା କହିଲେ ମାସକୁ ମିଳୁଛି ମାତ୍ର ୬୦୦ ଟଙ୍କା ଭତ୍ତା ଓ ୧୦ କିଲୋ ଚାଉଳ । ଯାହା ସମୁଦ୍ରକୁ ଶଙ୍ଖେ ଭଳି । ସରକାରଙ୍କ ପକ୍ଷରୁ ଯଦି କିଛି ସାହାଯ୍ୟ ମିଳନ୍ତା, ତେବେ ବାକି ଜୀବନଟା ଟିକେ ଶାନ୍ତିରେ କଟିଯାନ୍ତା ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ । ତେବେ ଦେଖିବାକୁ ବାକି ରହିଲା, କେବେ ମିଳୁଛି ସରକାରୀ ସହାୟତା ଆଉ କେବେ ଲାଘବ ହେଉଛି କଷ୍ଟ ସ୍ବୀକାର କରି ଛୋଟରୁ ବଡ କରିଥିବା ଏହି ମାଆବାପାଙ୍କର ଦୁଃଖ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.