ETV Bharat / city

କନିକା ବଂଶରେ ବିଭତ୍ସ ହତ୍ୟା, ସମ୍ପତ୍ତି ପାଇଁ ମାଆକୁ ହତ୍ୟା କଲା ପୁଅ

author img

By

Published : Jan 26, 2022, 11:31 AM IST

Updated : Jan 26, 2022, 12:51 PM IST

ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ । ଟଙ୍କା ପଇସା ଜମିବାଡି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ନିଜ ହାତରେ ଧ୍ବସଂ କଲା ପୁଅ । ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମାଆକୁ ହତ୍ୟାକଲା ପୁଅ । ଅଧିକ ପଢନ୍ତୁ

ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ
ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ

କଟକ: ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ । ଟଙ୍କା ପଇସା ଜମିବାଡି ସମ୍ପତ୍ତି ଲୋଭରେ ନିଜ ପ୍ରକୃତ ସମ୍ପତ୍ତିକୁ ନିଜ ହାତରେ ଧ୍ବସଂ କଲା ପୁଅ । ଜମିବାଡ଼ି ବିବାଦ ତଥା ପାରିବାରିକ କଳହକୁ କେନ୍ଦ୍ର କରି ମାଆକୁ ହତ୍ୟାକଲା ପୁଅ । ଏପରି ଘଟଣା ଘଟିଛି କଟକ ଜିଲ୍ଲା ଶ୍ରୀବିହାର କଲୋନୀରେ । ମୃତକ ମହିଳା ଜଣକ ହେଲେ ପରେଶ କୁମାରୀ ସିଂହଦେଓ । ସେ କନିକା ରାଜାଙ୍କ ନାତୁଣୀ ବୋହୂ ବୋଲି ଜଣାପଡିଛି । ଅଭିଯୁକ୍ତ ପୁଅ ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖିଛି ପୋଲିସ ।

ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ

ସୂଚନାଅନୁସାରେ କିଛି ଦିନ ହେବ ଜମିବାଡିକୁ ନେଇ ଘରେ ବିବାଦ ଲାଗିରହିଥିଲା । ପୂର୍ବରୁ ମଧ୍ୟ ଗୋପାଳ ପରେଶ ଦେବୀଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ପୋଲିସକୁ ଖବର ମଧ୍ୟ ଦିଆଯାଇଥିଲା । ତେବେ ପୋଲିସ ଗୋପାଳକୁ ତାଗିଦ କରି ଛାଡି ଦେଇଥିଲେ । ଆଜି ସକାଳୁ ଏକ ଧାରୁଆ ଅସ୍ତ୍ରରେ ପରେଶ ଦେବୀଙ୍କୁ ହତ୍ୟା କରିଛି । ଏହି ସମୟରେ ପରେଶ ଦେବୀଙ୍କ ଝିଅ ଘରେ ଉପସ୍ଥିତ ଥିଲେ।

ଗୋପାଳ ଭଞ୍ଜଦେଓକୁ ବିଡ଼ାନାସୀ ଥାନାରେ ଅଟକ ରଖାଯାଇଛି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସମ୍ପତ୍ତି ପାଇଁ ମଆକୁ ମାରିବାକୁ ପଛାଇଲାନି ଜନ୍ମକଲା ପୁଅ । ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

Last Updated : Jan 26, 2022, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.